ଛତିଶାନିଯୋଗ ବୈଠକ ଶେଷ
PURI BREAKING….ଛତିଶାନିଯୋଗ ବୈଠକ ଶେଷ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ପ୍ରତିକ୍ରିୟା। ଚଳିତବର୍ଷ କାର୍ତ୍ତିକ ବ୍ରତ ଓ ବାଳଧୂପ ନୀତିନିର୍ଘଣ୍ଟ ଶେଷ। ଭୋର 4ଟାରୁ ଦ୍ୱାରଫିଟା ହେବ। ପଞ୍ଚୁକ ତିଥିରେ ଶ୍ରୀଜୀଉଙ୍କ ବେଶ ପାଇଁ ବିସ୍ତୃତ ଆଲୋଚନା ହୋଇଛି। କାର୍ତ୍ତିକ ମାସପରେ ନାଟମଣ୍ଡପରେ ଧାଡି ଦର୍ଶନ କରାଯିବ। ନୀତି ପାଇଁ କାର୍ତ୍ତିକ ମାସ ପରେ ହେବ। ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ଉପରେ ଆଲୋଚନା। ପରମ୍ପରା କ୍ଷୁର୍ଣ୍ଣ ହେବନାହିଁ। ଖୁବଶୀଘ୍ର ଦିବ୍ୟାଙ୍ଗ ଦର୍ଶନ ପାଇଁ ଏସଓପି। ରତ୍ନଭଣ୍ଡାରକୁ ରତ୍ନ ଅଳଙ୍କାର ସ୍ଥାନାନ୍ତର ପ୍ରସଙ୍ଗ ଆଲୋଚନା। ହବିଷ୍ୟାଳି ବ୍ରତଧାରୀଙ୍କ ପାଇଁ ଆଲୋଚନା ହୋଇଛି। ମୋବାଇଲ ଫୋନ୍ ଶ୍ରୀମନ୍ଦିର ଭିତରେ ବ୍ୟବହାର ଉପରେ କଟକଣା। ଖୁବଶୀଘ୍ର ଗୋଟିଏ ଗାଇଡଲାଇନ୍ ଆସିବ।

ପ୍ରାଥମିକ ପର୍ଯ୍ୟାୟରେ ଜେଟିପି ମାନଙ୍କ ପାଇଁ କଟକଣା,, ପରେ ସେବକଙ୍କ ପାଇଁ ଲାଗୁ ହେବ ମୋବାଇଲ କଟକଣା। ପ୍ରତ୍ୟକ ବୁଧବାର ଏକ ସମନ୍ୱୟ କମିଟି ହେବ,,,ନୀତି ଶୃଙ୍ଖଳା ପାଇଁ କମିଟି ଗଠନ। ଏମାରମଠରୁ ରୂପାଇଟା ପ୍ରସଙ୍ଗ। ମାନ୍ୟବର କୋର୍ଟଙ୍କ ପାଖରେ ବିଚାରଧୀନ ରହିଛି। ରାଜ୍ୟ ସରକାରଙ୍କୁ ଅନୁରୋଧ କରିବୁ ରୂପାଇଟା ଶ୍ରୀମନ୍ଦିର ପ୍ରଶାସନ ଅଧୀନକୁ ଆସିବ। ସୁନାବେଶ ବ୍ଯତିତ ମହାପ୍ରଭୁଙ୍କ ପାଇଁ ଅଳଙ୍କାର ସେଟ୍ ହବ।
