ଏନ୍ଏମ୍ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟ ପକ୍ଷରୁ ଉପକୂଳ ସଫେଇ

କୋଣାର୍କ,୨୧.୦୯- କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିରେ ଭୁବନେଶ୍ଵରସ୍ଥିତ ଏନ୍ଏମ୍ ଗ୍ରୁପ ଇନଷ୍ଟିଚ୍ୟୁଟ ପକ୍ଷରୁ ଉପକୂଳ ସଫେଇ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ଅଧକ୍ଷ ଜୀବନ ଦର୍ଶନ ପରିଡ଼ାଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମର ଜାତୀୟ ସେବା ଯୋଜନାରେ ନିୟୋଜିତ ୫୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମାନେ ଯୋଗଦେଇ ଚନ୍ଦ୍ରଭାଗା ଉପକୂଳ ସଫେଇ କରିଥିଲେ। ବେଳାଭୁମି ସଫେଇ କରିବା ସହ ସାମୁଦ୍ରିକ ଜୀବ ମାନଙ୍କ ରକ୍ଷା ଓ ପର୍ଯ୍ୟଟକଙ୍କ ପାଇଁ ପରିବେଶକୁ ପରିଷ୍କାର ଓ ସୌନ୍ଦର୍ଯ୍ୟ ରଖିବା ବାର୍ତ୍ତା ନେଇ ବେଳାଭୂମି ସଫେଇ କରିଥିଲେ। ଏହି କାର୍ଯ୍ୟକ୍ରମକୁ କର୍ମଚାରୀ ସୁନିଲ କୁମାର ମଙ୍ଗରାଜ ଓ କବିତା ସିଂ ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *