ଜାଲପଦା ଉ. ପ୍ରା. ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

ଏରସମା:ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ବାମଦେଇପୁର ଗ୍ରାମ ପଞ୍ଚାୟତ ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜାଲପଦା ରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି |ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର ବିଶ୍ୱାଳ ଙ୍କ ଅଧକ୍ଷ୍ୟତାରେ ବାମଦେଇପୁର ଗ୍ରାମ ପଂଚାୟତ ର ସରପଞ୍ଚ ଶ୍ରୀମତୀ ବୈଜୟନ୍ତୀ ମହାନ୍ତି ମୁଖ୍ୟ ଅତିଥି ଭାବରେ ଏବଂ ସମ୍ମାନୀୟ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀଯୁକ୍ତ ସର୍ବେଶ୍ୱର ବେହେରା ସଭା ମଣ୍ଡନ କରି ପୋଷାକ ବିତରଣ ସହିତ ଛାତ୍ରଛାତ୍ରୀ ମାନଙ୍କୁ ଶୃଙ୍ଖଳିତ ଅଧ୍ୟୟନ ସହ ଭବିଷ୍ୟତର ଜଣେ ଜଣେ ସୁନାଗରିକ ହୋଇ ନିଜ ଅଞ୍ଚଳର ସୁନାମ ଆଣିବା ପାଇଁ ଆଶ୍ରିବଚନ ପ୍ରଦାନ କରିଥିଲେ |ପରିଚାଳନା କମିଟି ର ଅନ୍ୟ ସଦସ୍ୟ/ସଦସ୍ୟା ଙ୍କ ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସମାପନ କରିଥିଲେ |ଶିକ୍ଷକ ମୃତ୍ୟଞ୍ଜୟ ଜୟସିଂହ ଅତିଥି ପରିଚୟ ପ୍ରଦାନ କରିବା ପରେ ଶିକ୍ଷକ ଭାସ୍କର ଚନ୍ଦ୍ର ବେହେରା ସ୍ୱାଗତ ଅଭିଭାଷଣ ରଖିଥିଲେ |ପରିଶେଷରେ ଶିକ୍ଷକ ମାନସ କୁମାର ମାଝୀ ସମସ୍ତ ଅତିଥି ଓ ଅଭିଭାବକ ମାନଙ୍କୁ କୃତଜ୍ଞତା ଅର୍ପଣ କରିବା ପରେ ସଭା ସାଙ୍ଗ କରାଯାଇଥିଲା |

Leave a Reply

Your email address will not be published. Required fields are marked *