ଗୃହ ମନ୍ତ୍ରଣାଳୟଦୃଷ୍ଟିହୀନଙ୍କ ପାଇଁ ପରାସମଲ ବୋହରା କଲେଜ ଓ ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରାବାସର ଭିତ୍ତିପ୍ରସ୍ତର କଲେ
ଗୃହ ମନ୍ତ୍ରଣାଳୟଦୃଷ୍ଟିହୀନଙ୍କ ପାଇଁ ପରାସମଲ ବୋହରା କଲେଜ ଓ ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରାବାସର ଭିତ୍ତିପ୍ରସ୍ତର କଲେ l କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭିନ୍ନକ୍ଷମମାନଙ୍କୁ ‘ଦିବ୍ୟାଙ୍ଗ ’ କହି ସେମାନଙ୍କ ପ୍ରତି ବିଶ୍ୱର ଦୃଷ୍ଟିକୋଣକୁ ବଦଳାଇଛନ୍ତି ପ୍ରଧାନମନ୍ତ୍ରୀ’ଦିବ୍ୟାଙ୍ଗ’ ଶବ୍ଦର ପ୍ରଚଳନ କରି ମୋଦୀ ଜୀ ସମସ୍ତଙ୍କୁ ନୂତନ ଆତ୍ମସମ୍ମାନ, ନୂତନ ପରିଚୟ ଏବଂ ଆତ୍ମନିର୍ଭରଶୀଳ ହେବାର ସ୍ୱପ୍ନ ଜାଗ୍ରତ କରିଥିଲେଯେତେବେଳେ ସମାଜ ଦିବ୍ୟାଙ୍ଗମାନଙ୍କୁ ଦୟାର ବସ୍ତୁ ଭାବେ ନୁହେଁ ଦେବତ୍ୱର ପ୍ରତୀକ ଭାବରେ ଦେଖେ, ସେତେବେଳେ ସେମାନଙ୍କ କଲ୍ୟାଣ ପାଇଁ ପ୍ରକୃତ କାର୍ଯ୍ୟ ଆରମ୍ଭ ହୁଏ ଶ୍ରୀ ପାରସମଲ ବୋହରା ଦୃଷ୍ଟିହୀନ କଲେଜ ଲୋକମାନଙ୍କୁ ଦିବ୍ୟାଙ୍ଗମାନଙ୍କୁ ଗ୍ରହଣ କରିବା ଏବଂ ସେମାନଙ୍କ ପାଖରେ ଥିବା ଅନନ୍ୟ ଶକ୍ତିକୁ ଚିହ୍ନିବା ପାଇଁ ନିରନ୍ତର ପ୍ରେରଣା ଯୋଗାଉଛିମୋଦୀ ସରକାର ଦିବ୍ୟାଙ୍ଗମାନଙ୍କ ଦକ୍ଷତାକୁ ସ୍ୱୀକୃତି ଦେବା ଏବଂ ସେମାନଙ୍କୁ ଉପଯୁକ୍ତ ମଞ୍ଚ ପ୍ରଦାନ କରିବା ପାଇଁ କାର୍ଯ୍ୟ କରିଛନ୍ତିଯଦି ସମାଜ, ସରକାର ଏବଂ ସ୍ୱେଚ୍ଛାସେବୀ ସଙ୍ଗଠନମାନେ ଦିବ୍ୟାଙ୍ଗମାନଙ୍କ କଲ୍ୟାଣ ପାଇଁ ମିଳିତ ଭାବେ କାର୍ଯ୍ୟ କରନ୍ତି, ତେବେ କିଛି ଅସମ୍ଭବ ନୁହେଁସୁଗମ୍ୟ ଭାରତ ଅଭିଯାନ ଅଧୀନରେ ମୋଦୀ ସରକାର ୧୩୧୪ଟି କେନ୍ଦ୍ର ସରକାରୀ କୋଠା ଏବଂ ୯୦ଟି ବିମାନବନ୍ଦରକୁ ଦିବ୍ୟାଙ୍ଗମାନଙ୍କ ପାଇଁ ସୁଗମ୍ୟ କରିଛନ୍ତିସ୍ୱାଧୀନତା ପରଠାରୁ ୨୦୧୪ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଦ୍ୱାରା ମାତ୍ର ୭ ଲକ୍ଷ ଲୋକଙ୍କୁ କୃତ୍ରିମ ସହାୟତା ଯୋଗାଇ ଥିବା ବେଳେ, ମାତ୍ର ୧୦ ବର୍ଷ ମଧ୍ୟରେ ମୋଦୀ ସରକାର ୩୧ ଲକ୍ଷରୁ ଅଧିକ ଲୋକଙ୍କୁ କୃତ୍ରିମ ସହାୟକ ଉପକରଣ ଯୋଗାଇଛନ୍ତିକେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ରାଜସ୍ଥାନର ଯୋଧପୁରଠାରେ ‘ଦୃଷ୍ଟିହୀନଙ୍କ ପାଇଁ ଶ୍ରୀ ପାରସମଲ ବୋହରା କଲେଜ’ ଓ ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରାବାସ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଶ୍ରୀ ଭଜନଲାଲ ଶର୍ମା, କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ସହିତ ଅନେକ ବିଶିଷ୍ଟ ଅତିଥିମାନେ ଉପସ୍ଥିତ ଥିଲେ।କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଯେତେବେଳେ ଜଣେ ବ୍ୟକ୍ତି ନିଜ ଜୀବନକୁ ସେବାରେ ଉତ୍ସର୍ଗ କରନ୍ତି, ବିଶେଷତଃ ଭିନ୍ନକ୍ଷମମାନଙ୍କ ପାଇଁ, ସେହି ଜୀବନ ଅଗଣିତ ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଥାଏ। ସେ କହିଥିଲେ ଯେ, ଦିବ୍ୟାଙ୍ଗମାନଙ୍କୁ ଈଶ୍ୱର ବିଶେଷ ଶକ୍ତିରେ ସମ୍ପନ୍ନ କରିଛନ୍ତି ଏବଂ ସେହି ଶକ୍ତିକୁ ସ୍ୱୀକାର କରି ସେମାନଙ୍କ ଜୀବନକୁ ସରଳ କରିବାର ଉଦ୍ୟମକୁ ସୁଶୀଲା ଜୀଙ୍କ ସେବାମୟ ଜୀବନ ମାଧ୍ୟମରେ ହଜାର ଲୋକ ଗ୍ରହଣ କରିଛନ୍ତି।ଶ୍ରୀ ଅମିତ ଶାହ ଉଲ୍ଲେଖ କରିଥିଲେ ଯେ, ପ୍ରାୟ ୧୫ କୋଟି ଟଙ୍କା ବ୍ୟୟରେ ୩ଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଆଜି ସେଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ସେ ବିଶ୍ୱାସ ପ୍ରକାଶ କରିଥିଲେ ଯେ, ସଂସ୍ଥାର ସୁନିଶ୍ଚିତ ଟ୍ରାକ୍ରେକର୍ଡ ଦେଖି, ତିନୋଟି ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ ହେବ ଏବଂ ଏହା ଶହ ଶହ ପିଲାଙ୍କ ଜୀବନରେ ନୂତନ ଆଲୋକ ଆଣିବ। ସେ ଆହୁରି କହିଥିଲେ ଯେ, ସୁଶୀଲା ଜୀଙ୍କ ଉଦ୍ୟମରେ ପାଞ୍ଚଟି ବିଦ୍ୟାଳୟ, ଦୁଇଟି କଲେଜ, ମାଗଣା ଛାତ୍ରାବାସ, ଭୋଜନ ସୁବିଧା, ଅଡିଓ ପୁସ୍ତକ, ରେକର୍ଡିଂ ବକ୍ତୃତା, ଏକ ବ୍ରେଲ ପ୍ରିଣ୍ଟିଂ ପ୍ରେସ୍, ସ୍କ୍ରିନ୍ ରିଡର୍, କମ୍ପ୍ୟୁଟର ଲ୍ୟାବ୍ ଏବଂ ଲାଇବ୍ରେରୀ ମାଧ୍ୟମରେ ଶହ ଶହ ଦୃଷ୍ଟିହୀନ ଛାତ୍ରଙ୍କୁ ଜ୍ଞାନ ଓ ଦୂରଦୃଷ୍ଟିର ଆଲୋକ ପ୍ରଦାନ କରାଯାଇଛି।ଶ୍ରୀ ଶାହ କହିଥିଲେ ଯେ, ୨୦୨୨ ମସିହାରେ ଦୃଷ୍ଟିହୀନମାନଙ୍କ ପାଇଁ ପାରସମଲ ବୋହରା କଲେଜ ରାଜସ୍ଥାନର ପ୍ରଥମ ଦୃଷ୍ଟିହୀନ କଲେଜ ଭାବରେ ସ୍ଥାପିତ ହୋଇଥିଲା। ସେ ଗୁରୁତ୍ୱାରୋପ କରିଥିଲେ ଯେ, ଦିବ୍ୟାଙ୍ଗମାନଙ୍କ ପ୍ରତି ପ୍ରକୃତ ସେବା ସେତେବେଳେ ଆରମ୍ଭ ହୁଏ, ଯେତେବେଳେ ସେମାନଙ୍କୁ ଦୟାର ପାତ୍ର ଭାବରେ ନୁହେଁ, ବରଂ ଦେବତ୍ୱର ପ୍ରତୀକ ଭାବରେ ଦେଖାଯାଏ। ସେ ଉଲ୍ଲେଖ କରିଥିଲେ ଯେ, ୨୦୧୫ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଥମଥର ପାଇଁ ‘ଭିନ୍ନକ୍ଷମ’ ପରିବର୍ତ୍ତେ ‘ଦିବ୍ୟାଙ୍ଗ’ ଶବ୍ଦକୁ ପ୍ରଚଳିତ କରିଥିଲେ। ଏହି ଶବ୍ଦବଳୀ କେବଳ ପଦବଦଳ ନୁହେଁ, ଏହା ଦେଶବାସୀ, ସମସ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ମନୋଭାବକୁ ବଦଳାଇଦେଇଛି। ଶ୍ରୀ ଶାହ ଆହୁରି ମଧ୍ୟ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ଦିବ୍ୟାଙ୍ଗ’ ଶବ୍ଦ ପ୍ରଚଳନ ସମଗ୍ର ଦେଶରେ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ମନରେ ନୂତନ ଆତ୍ମସମ୍ମାନ, ପରିଚୟ ଏବଂ ଆତ୍ମନିର୍ଭରତାର ଆକାଂକ୍ଷା ସୃଷ୍ଟି କରିଛି।ଶ୍ରୀ ଅମିତ ଶାହ କହିଥିଲେ ଯେ, ମୋଦୀ ସରକାର ସମଗ୍ର ଦେଶରେ ଦିବ୍ୟାଙ୍ଗମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ କ୍ରୀଡ଼ା ପ୍ରତିଭାକୁ ପ୍ରଦର୍ଶନ କରିବା ପାଇଁ ଏକ ସୁଦୃଢ଼ ମଞ୍ଚ ସୃଷ୍ଟି କରିଛନ୍ତି। ସେ ସ୍ମରଣ କରାଇଥିଲେ ଯେ, ୧୯୬୦ ମସିହାରେ ବିଶ୍ୱସ୍ତରରେ ପାରାଲିମ୍ପିକ୍ କ୍ରୀଡ଼ା ଆରମ୍ଭ ହେଲାପରେ, ୨୦୧୨ ପର୍ଯ୍ୟନ୍ତ ଭାରତ କେବଳ ୮ଟି ପଦକ ଜିତିଥିଲା। କିନ୍ତୁ ଗତ ତିନୋଟି ପାରାଲିମ୍ପିକ୍ କ୍ରୀଡ଼ାରେ, ଭାରତ ୫୨ଟି ପଦକ ଅର୍ଜନ କରିଛି। ଯାହା ଦିବ୍ୟାଙ୍ଗ କ୍ରୀଡ଼ାବିତମାନଙ୍କୁ ଅଧିକ ସଫଳତା ପାଇଁ ପ୍ରେରିତ କରୁଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ, ଯେତେବେଳେ ସମାଜ, ସରକାର ଓ ସ୍ୱେଚ୍ଛାସେବୀ ସଂଗଠନମାନେ ଦିବ୍ୟାଙ୍ଗମାନଙ୍କ କଲ୍ୟାଣ ପାଇଁ ମିଳିତ ଭାବେ କାମ କରନ୍ତି, ସେତେବେଳେ କିଛି ବି ଅସମ୍ଭବ ନୁହେଁ। ପାରାଲିମ୍ପିକ୍ସରେ ୫୨ଟି ପଦକ ଜିତିବା, ଏହି ସତ୍ୟକୁ ପ୍ରମାଣ କରୁଛି। ଯଦି ସମର୍ଥନ, ସ୍ୱୀକୃତି ଏବଂ ଉପଯୁକ୍ତ ମଞ୍ଚ ମିଳେ, ତେବେ ଆମର ଦିବ୍ୟାଙ୍ଗ ବ୍ୟକ୍ତିମାନେ ସବୁ କିଛି ହାସଲ କରିପାରିବେ।ଶ୍ରୀ ଅମିତ ଶାହ ଉଲ୍ଲେଖ କରିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗ ପାଇଁ ବଜେଟ ୨୦୧୪ ମସିହାରେ ୩୩୮ କୋଟି ଟଙ୍କାରୁ ବୃଦ୍ଧି ପାଇ ୧୩୧୩ କୋଟି ଟଙ୍କାକୁ ପହଞ୍ଚିଛି। ସେ କହିଥିଲେ ଯେ, ମୋଦୀ ସରକାର ଦିବ୍ୟାଙ୍ଗମାନଙ୍କ ପାଇଁ ଅନେକ ସୁବିଧା ସୁନିଶ୍ଚିତ କରିଛନ୍ତି। ସୁଗମ୍ୟ ଭାରତ ଅଭିଯାନର ଅଧୀନରେ, ଦିବ୍ୟାଙ୍ଗମାନଙ୍କ ପାଇଁ ୧୩୧୪ଟି କେନ୍ଦ୍ର ସରକାରୀ ଅଟ୍ଟାଳିକାକୁ ସୁଗମ୍ୟ କରିବା ପାଇଁ ୫୬୩ କୋଟି ଟଙ୍କା ବ୍ୟୟ କରାଯାଇଛି। ଏଥିସହିତ, ଅନ୍ୟ ୧୭୪୮ଟି ଅଟ୍ଟାଳିକାକୁ ମଧ୍ୟ ସୁଗମ୍ୟ କରାଯାଇଛି। ଏହି ଅଭିଯାନରେ ୩୫ଟି ଅନ୍ତର୍ଜାତୀୟ ଏବଂ ୫୫ଟି ଘରୋଇ ବିମାନବନ୍ଦରକୁ ମଧ୍ୟ ଦିବ୍ୟାଙ୍ଗମାନଙ୍କ ପାଇଁ ସୁଗମ୍ୟ କରାଯାଇଛି। ସେ ଆହୁରି ଜଣାଇଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦାୟିତ୍ୱ ଗ୍ରହଣ ପୂର୍ବରୁ କେନ୍ଦ୍ର ସରକାର କେବଳ ୭ ଲକ୍ଷ ଲୋକଙ୍କୁ କୃତ୍ରିମ ସହାୟକ ଉପକରଣ ଯୋଗାଇଥିଲେ। କିନ୍ତୁ, ଶେଷ ୧୦ ବର୍ଷରେ ମୋଦୀ ସରକାର ୧୮,୦୦୦ରୁ ଅଧିକ ଶିବିର ଆୟୋଜନ କରି ୩୧ ଲକ୍ଷ ଦିବ୍ୟାଙ୍ଗଙ୍କୁ ଏହି ସହାୟକ ଉପକରଣ ବଣ୍ଟନ କରିଛନ୍ତି।
