ଗୃହ ମନ୍ତ୍ରଣାଳୟମାଓବାଦୀଙ୍କ ବିରୋଧରେ ଆଉ ଏକ ବଡ଼ ବିଜୟ

ଗୃହ ମନ୍ତ୍ରଣାଳୟମାଓବାଦୀଙ୍କ ବିରୋଧରେ ଆଉ ଏକ ବଡ଼ ବିଜୟ; ସୁରକ୍ଷା ବାହିନୀକୁ ପ୍ରଶଂସା କଲେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହମହାରାଷ୍ଟ୍ର-ଛତିଶଗଡ଼ ସୀମାରେ ଥିବା ନାରାୟଣପୁର ଅବୁଝମାଦରେ ସୁରକ୍ଷା ବାହିନୀଙ୍କ ଅଭିଯାନ: ଦୁଇ କେନ୍ଦ୍ରୀୟ କମିଟି ସଦସ୍ୟ ନିପାତନିପାତ ହୋଇଥିବା ଉଭୟ ନକ୍ସଲ ନେତାଙ୍କ ମୁଣ୍ଡ ଉପରେ ଥିଲା ୪୦ ଲକ୍ଷ ଟଙ୍କାର ପୁରସ୍କାର ଆମର ସୁରକ୍ଷା ବାହିନୀ ଯୋଜନାବଦ୍ଧ ଭାବେ ନକ୍ସାଲମାନଙ୍କ ଶୀର୍ଷ ନେତୃତ୍ୱକୁ ନିପାତ କରି ଲାଲ ଆତଙ୍କବାଦର ମେରୁଦଣ୍ଡ ଭାଙ୍ଗୁଛନ୍ତିକେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ମାଓବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀ ହାସଲ କରିଥିବା ଆଉ ଏକ ବଡ଼ ବିଜୟ ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏକ୍ସ ପ୍ଲାଟଫର୍ମରେ ଏକ ପୋଷ୍ଟରେ କେନ୍ଦ୍ର ଗୃହ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି ଯେ, ଆଜି ଆମ ସୁରକ୍ଷା ବାହିନୀ ନକ୍ସଲଙ୍କ ବିରୋଧରେ ଆଉ ଏକ ବଡ଼ ବିଜୟ ହାସଲ କରିଛନ୍ତି। ମହାରାଷ୍ଟ୍ର-ଛତିଶଗଡ଼ ସୀମାରେ ଥିବା ନାରାୟଣପୁରର ଆବୁଝମାଦ ଅଞ୍ଚଳରେ ଆମ ସେନା ଦୁଇ କେନ୍ଦ୍ରୀୟ କମିଟି ସଦସ୍ୟ-କାଦରୀ ସତ୍ୟନାରାୟଣ ରେଡ୍ଡୀ ଓରଫ କୋସା, କଟ୍ଟା ରାମଚନ୍ଦ୍ର ରେଡ୍ଡୀଙ୍କୁ ହତ୍ୟା କରିଛନ୍ତି। ଉଭୟ ମାଓବାଦୀ ନେତାଙ୍କ ମୁଣ୍ଡ ଉପରେ ୪୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ରହିଥିଲା। ଆମର ସୁରକ୍ଷା ବାହିନୀ ଯୋଜନାବଦ୍ଧ ଭାବେ ନକ୍ସଲମାନଙ୍କ ଶୀର୍ଷ ନେତୃତ୍ୱକୁ ନିପାତ କରି ଲାଲ ଆତଙ୍କବାଦର ମେରୁଦଣ୍ଡ ଭାଙ୍ଗିଛନ୍ତି।

Leave a Reply

Your email address will not be published. Required fields are marked *