ପୁରୀରେ ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ରିକେଟିୟର ଭେଙ୍କେଟେସ ପ୍ରସାଦ

ପୁରୀରେ ପୂର୍ବତନ ଭାରତୀୟ କ୍ରିକେଟର ତଥା ପୂର୍ବତନ ଫାଷ୍ଟ ବୋଲର୍ ଭେଙ୍କେଟେଶ୍ ପ୍ରସାଦ। ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଆର୍ଶୀବାଦ ନେଲେ ପ୍ରସାଦ। ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ଭେଙ୍କେଟେଶ୍ ପ୍ରସାଦଙ୍କୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସ୍ୱାଗତ କରାଯାଇ ଶ୍ରୀମନ୍ଦିର ଭିତରକୁ ପାଛୋଟି ନିଆଯାଇଥିଲା। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରି ପ୍ରତିକ୍ରିୟା ରଖିଛନ୍ତି ପ୍ରସାଦ। ମହାପ୍ରଭୁଙ୍କ ଦର୍ଶନ କରି ସେ ବେଶ୍ ଖୁସି ପ୍ରକଟ କରିଥିବା ବେଳେ ଭାରତୀୟ କ୍ରିକେଟ ଟିମ୍ ର ଯାହା ବି ପ୍ରଦର୍ଶନ ହେଇଛି ତାହା ମହାପ୍ରଭୁଙ୍କ କୃପାରୁ ବୋଲି କହିଛନ୍ତି ପ୍ରସାଦ। ଏସିଆ କପ୍ ରେ ଭାରତୀୟ କ୍ରିକେଟ ଟିମ୍ ର ସଫଳ ପ୍ରଦର୍ଶନକୁ ନେଇ ପ୍ରସାଦ ବହୁତ୍ ଖୁସି ପ୍ରକଟ କରିଥିବା ବେଳେ ଯୁବ କ୍ରିକେଟରଙ୍କ ଟିମ୍ ରେ ଆବଶ୍ୟକତା ରହିଥିବା ସେ କହିଛନ୍ତି।

Leave a Reply

Your email address will not be published. Required fields are marked *