ଜିଲ୍ଲାସ୍ତରୀୟ ଅଙ୍ଗୀକାର କାର୍ଯ୍ୟକ୍ରମ ।
ଫୁଲବାଣୀ,ସ୍ଵଚ୍ଛତାହିଁ ସେବା କାର୍ଯ୍ୟକ୍ରମ ଅବସରରେ ଗୁରୁବାର କନ୍ଧମାଳ ଜିଲା ପ୍ରଶାସନ। ଏବଂ ଫୁଲବାଣୀ ପୌର ପରିଷଦର ମିଳିତ ଆନୁକୂଲ୍ୟରେ ଜିଲା ସ୍ତରୀୟ ଅଙ୍ଗୀକାର କାର୍ଯ୍ୟକ୍ରମ ହୋଇଯାଇଛି। ହିତାଧିକାରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ବିଭିନ୍ନ ଯୋଜନାରେ ସାମିଲ୍ କରିବା ସମ୍ପର୍କିତ ସଚେତନ କରାଯାଇଛି। ପୌର ପରିଷଦର ନିର୍ବାହୀ ଅଧିକାରୀ ସମରେଶ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ କରାଯାଇଛି। ମୁଖ୍ୟ ଅତିଥିଭାବେ ଫୁଲବାଣୀ ବିଧାୟକ ଉମାଚରଣ ମଲିକ, ସମ୍ମାନିତ ଅତିଥିଭାବେ ପୌର ପରିଷଦର ଅଧ୍ୟକ୍ଷା ପାୟେଲ ବେହେରା, ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଏବଂ ଜି.ଉଦୟଗିରି ବିଜ୍ଞାପିତ ପରିଷଦର ଅଧ୍ଯକ୍ଷା ସୁଶ୍ରୀ ଦେବସ୍ମିତା ଶତପଥୀ ପ୍ରମୁଖ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଜି.ଉଦୟଗିରି ବିଜ୍ଞାପିତ ଅଂଚଳ ପରିଷଦର ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରଭ କର ଅତିଥି ପରିଚୟ ପ୍ରଦାନ କରିଥିଲେ।
