ଟିକାବାଲି କଲେଜରେ ହେଚ ଆଇଭି ଏଡ଼ସ ସଚେତନତା କାର୍ଯ୍ୟକ୍ରମ
ଫୁଲବାଣୀ,କନ୍ଧମାଳ ଜିଲ୍ଲା ଟିକାବାଲି ଏ.ଏମ. ସି. ଏସ ମହାବିଦ୍ୟାଳୟ ରେ ଅଧ୍ୟକ୍ଷବ୍ ଦୀନବନ୍ଧୁ ମହାନ୍ତି ଙ୍କ ନେତୃତ୍ୱରେ ହେଚ ଆଇଭି, ଏଡ଼ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସ୍ୱାତୀ ସ୍ବେଛାସେବୀ ସଂଗଠନର ପ୍ରକଳ୍ପ ସଂଯୋଜକ ବିଶ୍ୱରଂଜନ କର ଏହିରୋଗର ଲକ୍ଷଣ, କିପରି ବ୍ୟାପେ ଏବଂ ଏହାର ନିରାକାରଣ କିପରି କରିପାରିବା ଅlଲୋଚନା କରିଥିଲେ l ଯୁବ ରେଡ଼କ୍ରସ ର ସଂଯୋଜକ ଅଧ୍ୟାପକ ରତନ କୁମାର ଡିଗାଲ, ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ଚମ୍ପା ସୋରେନ, ଅଧ୍ୟାପକ ଜ୍ଞାନରଞ୍ଜନ ଭୋଇ ପରିଚାଳନା କରିଥିଲେ l ସ୍ୱାତୀ ସଂଗଠନର କର୍ମୀ ବିଷ୍ନୁପ୍ରିୟା ପ୍ରଧାନ ଏବଂ ଅଞ୍ଜନା ବେହେରା ସହଯୋଗ କରିଥିଲେ l ବିଷୟବସ୍ତୁ କୁ ନେଇ କୁଇଜ ପ୍ରତିଯୋଗିତା ହୋଇଥିଲା, ପ୍ରଥମ ସ୍ଥାନ ଛାତ୍ରୀ ଶ୍ରଦ୍ଧାଞ୍ଜଳି ପଟ୍ଟନାୟକ, ଦ୍ୱିତୀୟ ସ୍ଥାନ ଅଙ୍କିତା ପ୍ରିୟଦର୍ଶିନୀ, ଛାତ୍ର ଶିବୁ ପ୍ରଧାନ ତୃତୀୟ ସ୍ଥାନ ପାଇ ମାନପତ୍ର ସହ ଟ୍ରଫି ଗ୍ରହଣ କରିଥିଲେ l
