ରାୟଗଡ଼ ପୌର ପରିଷଦ ଦ୍ଵାରା ଚିହ୍ନଟ ଦୁଇଟି ସ୍ଥାନରେ ଚାଲିଛି ପରିବା ବ୍ୟବସାୟ
ରାୟଗଡ଼ ପୌର ପରିଷଦ ଦ୍ଵାରା ଚିହ୍ନଟ ଦୁଇଟି ସ୍ଥାନରେ ଚାଲିଛି ପରିବା ବ୍ୟବସାୟ
ରାୟଗଡ଼ା-୨୩/୯-ରାୟଗଡ଼ ପୌର ପରିଷଦର ସମସ୍ତ ଅଧିବାସୀ ତଥା ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଅଛି କି ଦୈନଦିନ ପରିବା ବ୍ୟବସାୟ ପରିଷଦ ଦ୍ଵାରା ଚିହ୍ନିତ ଦୁଇଟି ସ୍ଥାନକୁ ସ୍ଥାନାନ୍ତର କରାଯାଇଅଛି। ଯଥା ୧. ଏକ୍ସାଇଜ ଅଫିସ ନିକଟ ରାମକୃଷ୍ଣ ନଗର ୨. ଦୈନିକ ବଜାର , କସ୍ତୁରୀ ନଗର ୬ ନମ୍ବର ଗଳି । ଏଥି ସହିତ ଫ୍ଲାଏ ଓଭର ବ୍ରିଜ ତଳେ ଦୋକାନ ବଜାର ଓ ବ୍ୟବସାୟ ପାଇଁ ପୈ। ପରିଷଦ ପକ୍ଷରୁ ସମ୍ପୂର୍ଣ ନିଷେଧ କରାଯାଇଅଛି । ରାୟଗଡ଼ ସହରର ଉନ୍ନତି ତଥା ନିରାପଦ ଗମନାଗମନ ବ୍ୟବସ୍ଥା ପାଇଁ ସମସ୍ତ ଜନସାଧାରଣ ତଥା ବ୍ୟବସାୟୀ ସହଯୋଗର ହାତ ବଢାଇଥିବାରୁ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ କୁଲଦୀପ କୁମାର ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ରାୟଗଡ଼ାରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ
