ପାର୍ବଣ ଆସୁଛି ସବୁ ଦେବୀ ପୀଠ ତତ୍ପର।
ପାର୍ବଣ ଆସୁଛି ସବୁ ଦେବୀ ପୀଠ ତତ୍ପର।
(ପ୍ରକୃତି ବନ୍ଧୁ ହରିହର ସାହୁ)
ପାର୍ବଣ ଆସୁଛି ସବୁ ଦେବୀ ପୀଠ ତତ୍ପର
ଷୋଳପୂଜା ପାଉଛନ୍ତି କେତେ ଲାଗେ ସୁନ୍ଦର
ସବୁ ଦେବୀ ପୀଠ ତତ୍ପର।
ମୂଳାଷ୍ଟମୀ ରାତି ରେ ମାଆ ଙ୍କ ର
ଷୋଳପୂଜା ଆରମ୍ଭ
ଦେବୀ ଙ୍କ ସବୁ ପୀଠେ ବସିଥାଏ ପୂର୍ଣ କୁମ୍ଭ
ଷୋଳପୂଜା ଆରମ୍ଭ।
ମନ୍ତ୍ର ଧ୍ବନି ରେ ପ୍ରକମ୍ପିତ ଦେବୀ ପୀଠ ସମସ୍ତ
ନୈବେଦ୍ୟ ଅର୍ପଣ ରେ ବ୍ରାହ୍ମଣ ଯେ ବ୍ୟସ୍ତ
ମହିଷାମର୍ଦ୍ଦିନୀ ନାମ ଦେବୀଙ୍କର ବିଖ୍ୟାତ
ଦେବ ଦେବୀ ଙ୍କ ଅସ୍ତ୍ର ଶସ୍ତ୍ରେ ମହାଦେବୀ ଶୋଭିତ
ଝଙ୍କଡ ବାସିନୀ ଦେବୀ ତୁହି ମାତା ଶାରଳା
କଟକେ କଟକ ଚଣ୍ଡୀ ପୂଜା ପାଉ ବିମଳା
ଯାଜପୁରେ ବିରଜା ମାଆ ପୂଜା ପାଉ ତୁହିତ
ସମ୍ବଲପୁରେ ସମଲେଶ୍ଵରୀ ନାମେ ତୁହି ଶୋଭିତ
ମାଆ ଙ୍କ ର ଷୋଳପୂଜା କରେ ଯେଉଁ ଭକତ
ଆଶିଷ ଢାଳି ଦିଅନ୍ତି ମାଆ ହୋଇ ତୃପତ।
(ରାଜ୍ୟ, ପ୍ରକୃତି ବନ୍ଧୁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା ୭୫୯୦୧୬
