ପର୍ଯ୍ୟାବରଣର ସୁରକ୍ଷା ପାଇଁ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ତାଳ ବୃକ୍ଷ ରୋପଣ

ପର୍ଯ୍ୟାବରଣର ସୁରକ୍ଷା ପାଇଁ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ତାଳ ବୃକ୍ଷ ରୋପଣ

ବଜ୍ରାଘାତ ଜନିତ ମୃତ୍ୟୁକୁ ହ୍ରାସ କରେ ତାଳ ବୃକ୍ଷ। ମାତ୍ର ତାଳ ବୃକ୍ଷର ଘୋର ଅଭାବ କାରଣରୁ ଦିନକୁ ଦିନ ବୃଦ୍ଧି ପାଉଛି ବଜ୍ରାଘାତ ଜନିତ ମୃତ୍ୟୁ। ଏହାକୁ ଦୃଷ୍ଟିରେ ରଖି ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଭଦ୍ରକ ସହର ନିକଟ ଗେଲଟୁଆ ଠାରେ ୫ ଶହ ତାଳ ବୃକ୍ଷ ରୋପଣ କରାଯାଇଛି। ପର୍ଯ୍ୟାବରଣର ସୁରକ୍ଷା ପାଇଁ ତାଳ ବୃକ୍ଷର ଆବଶ୍ୟକତା ରହିଛି। ଏ ଦିଗରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବା ସହ ଜିଲ୍ଲା ତମାମ ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ୧ ହଜାର ତାଳ ବୃକ୍ଷ ରୋପଣ କରାଯିବ ବୋଲି ସମିତିର କାର୍ଯ୍ୟକାରୀ ସଭାପତି ବ୍ୟୋମକେଶ ସେନାପତି କହିଛନ୍ତି।

ଆଜି ଅନୁଷ୍ଠିତ ଏହି ତାଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସମିତି ସଭାପତି ବରିଷ୍ଠ ଆଇନଜୀବୀ ନିତ୍ୟାନନ୍ଦ ନାୟକ, ସାଧାରଣ ସମ୍ପାଦକ ଶରତ ପଢ଼ିଆରୀ, ସଂଯୋଜକ ଗୋବିନ୍ଦ ଚନ୍ଦ୍ର ରାଉତ, ଉପ ସଭାପତି ତ୍ରିଲୋଚନ ନାୟକ, ସମ୍ପାଦକ ସ୍ୱାଧୀନ ସୁନ୍ଦର ଦାସ, କୋଷାଧ୍ୟକ୍ଷ ନିରଞ୍ଜନ ସାହୁ, ବରିଷ୍ଠ ଉପଦେଷ୍ଟା ବଦ୍ରୀ ନାରାୟଣ ଧଳ, ପ୍ରଦୀପ୍ତ ବିଶ୍ଵାଳ, ଅମ୍ବିକା ପ୍ରସନ୍ନ ଦାସ, ରଘୁନାଥ ସାହୁ, ବରିଷ୍ଠ ସଦସ୍ୟ ବିଜୟ ଭୂଷଣ ନାୟକ, ହେମନ୍ତ କୁମାର ପାଢ଼ୀ, କୈଳାସ ଦାସ, ପ୍ରେମାନନ୍ଦ ବେହେରା, ସୁରେଶ ସାମଲ, ପ୍ରଭାତ ମହାନ୍ତି, ଅମରେଶ ନାୟକ, ବିମଳ ମିଶ୍ର, ରାଜେଶ ନାୟକ ଯୁବ ସଦସ୍ୟ ସରୋଜ ରାଉତ, ସୁବାସ ମିଶ୍ର, ମାନସ ବାରିକ, ରଶ୍ମି ରଞ୍ଜନ ସାହୁ ଏବଂ ଜ୍ୟୋତି ପ୍ରକାଶ ସାହୁଙ୍କ ସମେତ ସମିତିର ସମସ୍ତ କାର୍ଯ୍ୟକର୍ତ୍ତା ତାଳ ବୃକ୍ଷ ରୋପଣ କରିଥିଲେ।

Leave a Reply

Your email address will not be published. Required fields are marked *