ପାରିବାରିକ କଳହରୁ ବାପାର କଟୁରି ଚୋଟ ରେ ପୁଅ ମୃତ
ପାରିବାରିକ କଳହରୁ ବାପାର କଟୁରି ଚୋଟ ରେ ପୁଅ ମୃତ।
ଧର୍ମଶାଳା : ପାରିବାରିକ କଳହରୁଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଲହରୁ ବାପାପୁଅକୁ କତୁରୀ ରେ ହାଣି ହତ୍ୟା କରିଛି ବୋଲି ଜଣାପଡିଛି। ମୃତକ ଜଣଙ୍କ ହେଲେ ଜେନାପୁର ଥାନା ଅନ୍ତର୍ଗତ ଏଣ୍ଡଳବା ପଞ୍ଚାୟତ ବିଛାଖଣ୍ଡି (ଶବର ସାହି)ର କଣ୍ଠିଆ ନାଏକ ଙ୍କ ପୁଅ ସମ୍ଭୁ ନାଏକ (୩୦) ବୋଲି ଜଣାପଡିଛି। ମିଳିଥିବା ଖବର ଅନୁସାରେ ମଙ୍ଗଳବାର ରାତି ପ୍ରାୟ ୮ ଟା ସମୟରେ କଣ୍ଠିଆ ଏବଂ ତାଙ୍କ ପୁଅ ସମ୍ଭୁ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। କଣ୍ଠିଆ ରାଗିଯାଇ ଏକ କଟୁରି ରେ ତାଙ୍କ ପୁଅ ସମ୍ଭୁର ବେକ କୁ କଟୁରୀ ରେ ଆକ୍ରମଣ କରିଥିଲା। ଫଳରେ ସମ୍ଭୁ ସେହିଠାରେ ଟଳି ପଡ଼ିଥିଲେ। । ଖବର ପାଇ ଜେନାପୁର ଥାନା ଅଧିକାରିଣୀ ନିରୁପମା ଜେନା ସଦଳ ବଳେ ଘଟଣା ସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ଧର୍ମଶାଳା ମେଡ଼ିକାଲକୁ ପଠାଇ ଥିଲେ। ସେଠାରେ ଡାକ୍ତର ଶମ୍ଭୁ କୁ ମୃତ୍ୟୁ ଘୋଷଣା କରିଥିଲେ l ଜେନାପୁର ଥାନା ଅଧିକାରିଣୀ ଶ୍ରୀମତୀ ଜେନା ମୃତ ଶମ୍ଭୁ ର ବାପା କଣ୍ଠିଆ କୁ ଗିରଫ କରି କୋର୍ଟ ଚାଲାଣ କରି ତଦନ୍ତ ଚଳାଇଛନ୍ତି
