ସୁସ୍ଥ ନାରୀ – ସଶକ୍ତ ପରିବାର ଅଭିଯାନରେଯକ୍ଷ୍ମା ରୋଗୀକୁ ପୋଷଣ କିଟ୍ ପ୍ରଦାନ

ନୟାଗଡ, ତାରିଖ : ୨୪.୦୯.୨୦୨୫ । ନୟାଗଡ ବ୍ଲକ ଜେମାଦେଇପୁର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରେ ସୁସ୍ଥ ନାରୀ – ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମରେ ସଞ୍ଜୁବାଳା ବିଶ୍ଵାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଗ୍ରାମବାସୀଙ୍କୁ ପ୍ରେରଣା ପ୍ରଦାନ କରିଥିଲେ । ସେଣ୍ଟେର ଫର ଆସୋସିଏଟେଡ ପ୍ରୋଗ୍ରେସର ସ୍ଵେଚ୍ଛାସେବୀମାନଙ୍କ ପ୍ରେରଣାରେ ଡାକ୍ତର ଜୁଲିଏଟ୍ ଦାସ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ଅଧୀନରେ ଯକ୍ଷ୍ମା ରୋଗରେ ଚିକିତ୍ସାଧୀନ ଜେମଦେଇପୂର ଗ୍ରାମର ଜଣେ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରିବାର ତାଙ୍କର ଅଭିପ୍ରାୟ ପ୍ରକାଶ କରିଥିଲେ ଏବଂ ରୋଗୀ ଔଷଧ ଚାଲୁଥିବା ପର୍ଯ୍ୟନ୍ତ

ଅତି କମରେ ଛଅ ମାସ ପର୍ଯ୍ୟନ୍ତ ମାସିକ ଖାଦ୍ୟ ଟୋକେଇ ପ୍ରଦାନ କରିବାକୁ ତାଙ୍କର ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଏହି ଯୋଜନାର ଲକ୍ଷ୍ୟ ହେଉଛି ସାମୁଦାୟିକ ସମ୍ପୃକ୍ତି ଦ୍ୱାରା ଯକ୍ଷ୍ମା ନିରାକରଣକୁ ଉତ୍ସାହିତ କରିବା। ଏହି ପଦକ୍ଷେପ ସରକାରଙ୍କ ଦେୟମୁକ୍ତ ପରୀକ୍ଷା, ଚିକିତ୍ସା ଏବଂ ପୁଷ୍ଟିକର ସହାୟତାକୁ ପରିପୂରକ ଭାବେ ସହଯୋଗ କରି ଯକ୍ଷ୍ମା ମୁକ୍ତ ଭାରତ ଗଠନ ଦିଗରେ ଗୁରୁତ୍ଵପୂର୍ଣ ଯୋଗଦାନ କରିଥାଏ। ସମାଜ ସବୁ ବର୍ଗର ଲୋକଙ୍କୁ ଏଥିରେ ସାମିଲ କରାଯିବା ପାଇଁ ଗୁରୁତ୍ଵାରୋପ କରିଥିଲେ । ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଜ୍ୟୋତିର୍ମୟୀ ଜେନା ଯୋଗଦେଇ ଏହି ଅଭିଯାନ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ଉପଲବ୍ଧ ମାତୃତ୍ଵ ସେବା ସହିତ ମହିଳାମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା, ଅଣସଂକ୍ରାମକ ରୋଗର ଚିହ୍ନଟ, ଟୀକାକରଣ, ଟି.ବି. ଓ କର୍କଟ ପରୀକ୍ଷା, ସିକିଲ ସେଲ ଓ ଥାଲାସେମିଆ ପରୀକ୍ଷା ସହିତ ସ୍ୱାସ୍ଥ୍ୟ ସଚେତନତା ପ୍ରଦାନ କରିଥିଲେ l ବ୍ଲକ କାର୍ଯ୍ୟକ୍ରମ ପରିଚାଳିକା ନିବେଦିତା ପ୍ରଧାନ, ବରିଷ୍ଠ ଚିକିତ୍ସା ତଦାରଖକାରୀ ଦୀପକ କୁମାର ଦଳବେହେରା, ଭରତ ବେହେରା, ସନ୍ତୋଷିନି ଶତପଥୀ, ସୁଜାତା ପଟ୍ଟନାୟକ, ଅଶୋକ କୁମାର ନାୟକ, ଦେବାଶିଷ ସିଂ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *