କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଡକ୍ଟର ଏଲ. ମୁରଗନଙ୍କ ସଫଳ କୋରିଆ ଗସ୍ତ

କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଡକ୍ଟର ଏଲ. ମୁରଗନଙ୍କ ସଫଳ କୋରିଆ ଗସ୍ତଗଣମାଧ୍ୟମ, ମନୋରଞ୍ଜନ, ସଂସ୍କୃତି, ଗେମିଂ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ-କୋରିଆ ସହଯୋଗକୁ ଘନିଷ୍ଠ କରିବାକୁ ପ୍ରୟାସବୁସାନ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଏବଂ ଏସିଆ କଣ୍ଟେଣ୍ଟ ଏବଂ ଚଳଚ୍ଚିତ୍ର ବଜାରରେ ଭାଗ ନେଲା ଭାରତକେନ୍ଦ୍ର ସୂଚନା ଏବଂ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗନ୍ 22-24 ସେପ୍ଟେମ୍ବର 2025 ପର୍ଯ୍ୟନ୍ତ ସଫଳ କୋରିଆ ଗସ୍ତ ସମାପନ କରିଛନ୍ତି । ତାଙ୍କର ଏହି ଗସ୍ତ ଗଣମାଧ୍ୟମ, ମନୋରଞ୍ଜନ, ସଂସ୍କୃତି, ଗେମିଂ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ-କୋରିଆ ସହଯୋଗକୁ ଆହୁରି ଘନିଷ୍ଠ କରିଛି ।ମନ୍ତ୍ରୀଙ୍କ ଗସ୍ତ ଅବସରରେ 30ତମ ବୁସାନ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଏବଂ ଏସିଆ କଣ୍ଟେଣ୍ଟ ଏବଂ ଚଳଚ୍ଚିତ୍ର ବଜାରରେ ଭାରତ ଦୃଢ଼ ଅଂଶଗ୍ରହଣ କରିଥିଲା । କେନ୍ଦ୍ର ମନ୍ତ୍ରୀ ମଧ୍ୟ କୋରିଆରେ ଉଚ୍ଚସ୍ତରୀୟ ବୈଠକ, ଶିଳ୍ପ ଗୋଲଟେବୁଲ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସାର୍ବଜନୀନ ଆଲୋଚନାରେ ଭାଗ ନେଇଥିଲେ । କେନ୍ଦ୍ର ମନ୍ତ୍ରୀ ବୁସାନ ଠାରେ ଭାରତର ସୃଜନଶୀଳ ଅର୍ଥବ୍ୟବସ୍ଥା ଏବଂ ସହପ୍ରଯୋଜନା ସହଭାଗିତାକୁ ନେଇ ଏକ ରାଉଣ୍ଡ ଟେବୁଲ ବୈଠକରେ ସାମିଲ ହୋଇଥିଲେ। ବୁସାନ ଚଳଚ୍ଚିତ୍ର କମିଶନର ଭାଗିଦାରୀରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ନିଜର ଓ୍ୱେଭ୍ସ ଏବଂ ୱେଭ୍ସ ବଜାର ପ୍ଲାଟଫର୍ମ ଜରିଆରେ ଭାରତ ପର୍ବ ଏବଂ ନେଟୱର୍କିଂ ଡିନର କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ଏଥିରେ ଭାରତୀୟ ସଂସ୍କୃତି, ସୃଜନଶୀଳତା ଏବଂ ଯୋଗାଯୋଗ କ୍ଷେତ୍ରରେ ଦେଶର ଯାତ୍ରାକୁ ପ୍ରଦର୍ଶିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ 250ରୁ ଅଧିକ ଅଂଶଗ୍ରହଣକାରୀ ଭାଗ ନେଇଥିଲେ।

ସଂସଦୀୟ ଏବଂ ସରକାରୀ କାର୍ଯ୍ୟରେ ଜାତୀୟ ସଂସଦର ସଂସ୍କୃତି, କ୍ରୀଡା ଏବଂ ପର୍ଯ୍ୟଟନ କମିଟିର ସଦସ୍ୟମାନଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ଓ ଭାରତୀୟ ପ୍ରତିନିଧି ଦଳ ସାକ୍ଷାତ କରିଥିଲେ । ଡକ୍ଟର ମୁରୁଗନ କୋରିଆ-ଭାରତ ସଂସଦୀୟ ବନ୍ଧୁତା ଗୋଷ୍ଠୀର ସଦସ୍ୟମାନଙ୍କୁ ସାକ୍ଷାତ କରିଥିଲେ। ସେ ମଧ୍ୟ ବିଭିନ୍ନ ଶିଳ୍ପପତି, ଗଣମାଧ୍ୟମ ପ୍ରତିନିଧିଙ୍କୁ ସାକ୍ଷାତ କରିବା ସହିତ ସିଓଲ ଠାରେ ପ୍ରବାସୀ ଭାରତୀୟଙ୍କ ସହ ମତବିନିମୟ କରିଥିଲେ ।ଡକ୍ଟର ମୁରୁଗନ କୋରିଆର ସାଂସଦ, ଗଣମାଧ୍ୟମ ଜଗତର ପ୍ରମୁଖ ବ୍ୟକ୍ତିତ୍ୱ ଏବଂ ଶିଳ୍ପ ପ୍ରତିନିଧିମାନଙ୍କୁ 20–28 ନଭେମ୍ବର 2025 ପର୍ଯ୍ୟନ୍ତ ଗୋଆରେ ଅନୁଷ୍ଠିତ ହେବାକୁ ଥିବା 56ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ରେ ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ କରିଥିଲେ ।

Leave a Reply

Your email address will not be published. Required fields are marked *