୫ ଦିନରେ ପହଁଚିଲା ଏମ.ବି.କେ, ସି.ଆର.ପି,କୃଷିମିତ୍ର,ପ୍ରାଣୀମିତ୍ର,ବ୍ୟାଙ୍କମିତ୍ର ଙ୍କ ଆନ୍ଦୋଳନ

୫ ଦିନରେ ପହଁଚିଲା ଏମ.ବି.କେ, ସି.ଆର.ପି,କୃଷିମିତ୍ର,ପ୍ରାଣୀମିତ୍ର,ବ୍ୟାଙ୍କମିତ୍ର ଙ୍କ ଆନ୍ଦୋଳନ l ସରକାର ଚୁପ l
ଫୁଲବାଣୀ:ନିପ୍ର:-୨୫/୦୯ ଆଜକୁ ୭ ବର୍ଷ ହେବ ମିଶନଶକ୍ତି ଜରିଆରେ କାର୍ଯ୍ୟକରି ଆସିଥିବା ଏମ.ବି.କେ,ସି.ଆର.ପି, କୃଷିମିତ୍ର,ପ୍ରାଣୀମିତ୍ର,ବ୍ୟାଙ୍କମିତ୍ର କ୍ୟାଡର ସାମୁଖ୍ୟ ସଙ୍ଘ ୬ ଦଫା ଦାବି ପୂରଣ ନେଇ ଆଜକୁ ୫ ଦିନ ହେବ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତ କାର୍ଯ୍ୟାଳୟ ସମୁଖରେ ଗଣ ଧାରଣରେ ବସିଥିବା ଶୁଣିବାକୁ ମିଳୁଛି l ସେହିଭଳି କନ୍ଧମାଳ ଜିଲ୍ଲାର ୧୨ ଗୋଟି ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ମଧ୍ୟ ଗଣ ଧାରଣାରେ ବସିଥିବା ବେଳେ ଖଜୁରୀପଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଆଗରେ ଏହି ଗଣ ଧାରଣାର ସାମାନଚିତ୍ର ଦେଖିବାକୁ ମିଳିଛି ଓ ଏହି ବ୍ଲକର ୧୪ ଟି ପଞ୍ଚାୟତର ୧୧୬ ଜଣ ମହିଳା କର୍ମୀ ଧାରଣାରେ ଉପସ୍ଥିତ ରହିଛନ୍ତି l ଏହି ଗଣ ଧାରଣରେ ବସିଥିବା ମହିଳା ସାମୂଖ୍ୟ ସଂଘର ଅଭିଯୋଗ ଅନୁସାରେ ଜଣା ପଡିଛି ଯେ ୭ ବର୍ଷ ହେବ ସେମାନେ ସ୍ଥିୟୀ ନିଯୁକ୍ତି ଭାବେ କାର୍ଯ୍ୟକରି ମାସଶେଷରେ ନିୟମିତ ଦରମା କିମ୍ୱା ନିଜର ପ୍ରାପ୍ୟ ପାଉଥିଲେ କିନ୍ତୁ l କିନ୍ତୁ ଆଜକୁ ୬ ମାସ ହେବ ସେମାନେ ତାଙ୍କର ବକେୟା ପ୍ରାପ୍ୟ ପାଇପାରି ନଥିବାରୁ ଦୁର୍ଦିନରେ ଚଳୁଛନ୍ତି ଓ ନିଜର କାର୍ଯ୍ୟ ଜାରିରଖିଛନ୍ତି l ଶେଷରେ ଆଜକୁ ୫ ଦିନ ହେବ ପୂର୍ବରୁ ଦାବି କରି ଆସୁଥିବା ଦାବିକୁ ପୂରଣ ନିମନ୍ତେ ଆନ୍ଦୋଳନକୁ ଓଲ୍ହାଇ ଗଣ ଧାରଣରେ ବସିଥିବା ଦେଖିବାକୁ ମିଳିଛି l ସେମାନଙ୍କ ଦାବି ଗୁଡ଼ିକ ହେଲା ସ୍ଥାୟୀ ନିଯୁକ୍ତି,ପୂର୍ବରୁ ଯେମିତି ସ୍ଥାୟୀ ଦରମା ଦିଆଯାଉଥିଲା ସେଭଳି ସ୍ଥାୟୀ ଦରମା ପ୍ରଦାନ କରାଯିବାକୁ,୬ ମାସର ବକେୟା ପ୍ରାପ୍ୟ ତୁରନ୍ତ ପ୍ରଦାନ କରାଯିବାକୁ,ବ୍ୟାଙ୍କ ଏକାଉଣ୍ଡରେ ଦରମା ଦିଆଯିବାକୁ,କାମ ଅନୁସାରେ ପ୍ରାପ୍ୟ କୁ ବନ୍ଦ କରାଯିବାକୁ ଦାବିକରି ସରକାରଙ୍କ ଏହି ଟଳଟୁଳ ନୀତି ନିର୍ଦେଶକୁ ସମ୍ପୂର୍ଣ ଭାବେ ବିରୋଧ କରିଛନ୍ତି ଓ ଏହି ସବୁ ଦାବିକୁ ସରକାର ନ ମାନିଲେ ଆମେ ଅନିର୍ଦ୍ଧିଷ୍ଟକଳ ପର୍ଯ୍ୟନ୍ତ ଏମିତି ଧାରଣାରେ ବସିବୁ ଓ ଆନ୍ଦୋଳକୁ ତୀବ୍ରତର କରିବୁ ବୋଲି ସଂଘର ସଭାନେତ୍ରୀ କଲ୍ୟାଣୀ ଦାସ ଓ ସାମ୍ୱାଦିକା ସବିତା ମଲିକ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି l ଅନ୍ୟପକ୍ଷରେ ଏହି ସବୁର ସମାଧାନ କରାଯିବାକୁ ରାଜ୍ୟ ସଙ୍ଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାର କୌଣସି ବିଚାର କୁ ନେଇ ନଥିବାରୁ କ୍ଷୋଭପ୍ରକାଶ କରିଛନ୍ତି l ତେଣୁ ଆମର ମୌଳିକ ଅଧିକାର ଉପରେ ସରକାର ଅଙ୍କୁଶ ଲଗାଇ ଆମକୁ ଆନ୍ଦୋଳନକୁ ଓଲ୍ହାଇବାକୁ ବାଧ୍ୟ କରିଛନ୍ତି ଏଥିରେ ଆମର ଯାହା କ୍ଷତି ଘଟିଲେ ସରକାର ଦାୟୀ ରହିବେ ବୋଲି ସେମାନେ ପ୍ରକାଶ କରିଛନ୍ତି l

Leave a Reply

Your email address will not be published. Required fields are marked *