ଉଦଳା ଏନ,ଏ,ସି ତରଫରୁ ଏକ ଦିନ, ଏକ ଘଣ୍ଟା ଏକସାତ କାର୍ଯ୍ୟକର୍ମ ଆୟୋଜିତ l
ଉଦଳା ତା ୨୬/୯ ସମଗ୍ର ରାଜ୍ୟ ରେ ସେପ୍ଟେମ୍ବର ମାସ ୧୭ ତାରିଖରୁ ଅକ୍ଟୋବର ମାସ ଦୁଇ ତାରିଖ ପର୍ଯ୍ୟନ୍ତ ଚାଲିଥିବା ସ୍ଵଚ୍ଛତା ହିଁ ସେବା ପକ୍ଷ ଅବସର ରେ ଓଡିଶା ସରକାର ଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଙ୍କ ନିର୍ଦେଶ ଅନୁସାରେ ସ୍ଵଚ୍ଛତା ଲାଗି ସାମୁହିକ ଭାବରେ ଯୋଗଦାନ ଉଦେଶ୍ୟ ରେ ଏକ ଦିନ, ଏକ ଘଣ୍ଟା, ଓ ଏକ ସାତ ନିର୍ଧାରିତ କାର୍ଯ୍ୟକ୍ରମ ଅତି ଆବେଗ ସହକାରେ ଅନୁଷ୍ଠିତ ହୋଇଯାଇଛି l ସର୍ବ ପ୍ରଥମେ ଉଦଳା ବିଜ୍ଞାପିତ ଅଂଚଳ ପରିଷଦ ପରିସର ପରିଷ୍କାର ପରିଚ୍ଛନ୍ନ କରି ସାରିବା ପରେ ଦିବା ଆଠ ଘଟିକା ସମୟରେ ସ୍ଵଛ ଭାରତ ଅଭିଯାନ ଶୋଭାଯାତ୍ରା ବିଜ୍ଞପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ରୁ ବାହାରି ଉଦଳା ସହର, ଉଦଳା କଚେରୀ ପରିକ୍ରମା କରି ସାରିବା ପରେ ପରେ ନାଗପାଳ ସ୍ଥିତ ନାଗେଶ୍ୱର ଶିବ ମନ୍ଦିର ନିକଟରେ ପହଂଚି ସେଠାକାର ପରିବେଶ କୁ ସଫାସୁତୁରା କରିଥିଲେ l ପରିବେଶ ସୁସ୍ଥ ରହିଲେ ସମାଜ ସୁସ୍ଥ ରହିବ ଏହା ହିଁ ଏହାର ଆଭିମୁଖ୍ୟ ଥିଲା l

ଉକ୍ତ କାର୍ଯ୍ୟକର୍ମ ରେ ଏନ, ଏ, ସି ଅଧକ୍ଷା ଶ୍ରୀମତୀ ପ୍ରମିଳା ପଣ୍ଡା, ଏନ, ଏ, ସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟ ରଞ୍ଜନ ଜେନା, ଉଦଳା ର ଡେପୁଟି କଲେକଟର ପ୍ରତୀକ ପଣ୍ଡା, ସହକାରୀ ଜିଲ୍ଲାପାଳ ସୁବ୍ରତ କୁମାର ଘୋଷ, କପ୍ତିପଦା ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସରୋଜ କୁମାର ପ୍ରଧାନ, ସମସ୍ତ ଗଣମାଧ୍ୟମ ର ପ୍ରତିନିଧି, ଉଦଳା ସ୍ଥିତ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ ର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରୀ ଙ୍କ ସହ ଉଦଳା ବିଜ୍ଞପିତ ଅଞ୍ଚଳ ପରିଷଦ ର ସମସ୍ତ କର୍ମଚାରୀ ଏବଂ ସମସ୍ତ ସଫେଇ କର୍ମଚାରୀ ଯୋଗଦାନ କରିଥିଲେ l ପରି ଶେଷରେ ଉଦଳା ସ୍ଥିତ ସନ୍ଧନୀ ଗୃହ ଠାରେ ଏନ, ଏ, ସି ର ସଫେଇ କର୍ମଚାରୀ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର ଆୟ ଜନ କରାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କର ଯାଇଥିଲା l ଉପଖଣ୍ଡ ଚିକିତ୍ସଳ ୟ ଉଦଳା ର ଏକ ମେଡିକାଲ ଟିମ ସହଯୋଗ କରି ଥିଲେ l
