ପ୍ରସବ ପୂର୍ବ ବେଆଇନ ଲିଙ୍ଗ ନିରୂପଣ ଓ କନ୍ୟା ଭୃଣ ହତ୍ୟା ରୋକିବ ମାଲକାନଗିରି ଜିଲ୍ଲା:ଅତିରିକ୍ତ ଜିଲ୍ଲାପାଳ

ପ୍ରସବ ପୂର୍ବ ବେଆଇନ ଲିଙ୍ଗ ନିରୂପଣ ଓ କନ୍ୟା ଭୃଣ ହତ୍ୟା ରୋକିବ ମାଲକାନଗିରି ଜିଲ୍ଲା:ଅତିରିକ୍ତ ଜିଲ୍ଲାପାଳ———————————————-

ମାଲକାନଗିରି,୨୬/୯ଆଜକୁ ପ୍ରାୟ ତିନି ଦଶନ୍ଧି ପୂର୍ବରୁ ଆମ ଦେଶରେ ଲିଂଗା ନୂପ।ତରେ ସୁଧାର ଓ ବେଆଇନ କନ୍ୟା ଭୃଣ ହତ୍ୟା ରୋକିବ।ଭଳି ମହତ୍ ଉଦ୍ଦେଶ୍ୟରେ ବିଧିବଦ୍ଧ ଆଇନ ପ୍ରଣୟନ ହୋଇଥିଲେ ମଧ୍ୟ କିଛମାତ୍ରାରେ ଏହି ଜଘନ୍ୟ ଅପରାଧ ଚାଲୁ ରହିଥିବା ଜଣାପଡିଛି।ମାଲକାନଗିରି ଭଳି ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳରେ ଏହାକୁପ୍ରତିହତ କରିବା ନିମନ୍ତେ , ଜିଲ୍ଲାପାଳଙ୍କନିର୍ଦେଶ କ୍ରମେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୋମନାଥ ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଅଛି।

ଏହି ପରାମର୍ଶ ଦାତ। କମିଟି ବୈଠକ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୋଳ।ମଣି ପ୍ରଧାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ,ରଶ୍ମି ରଂଜନ ସେନାପତି,ଜିଲ୍ଲାସୂଚନା ଓ ଲୋକସଂପର୍କ ଅଧକାରୀ ସୁଶ୍ରୀ ପ୍ରମିଳା ମାଝୀ ଙ୍କ ସହ କିଛି ଅନ୍ୟଡାକ୍ତର ଓ ସମାଜ ସେବୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *