ରାଇକିଆ ବ୍ଲକ ଅଧ୍ୟକ୍ଷ ଙ୍କ ବିରୁଦ୍ଧ ରେ ଅନାସ୍ଥା ପ୍ରସ୍ତାବ
ରାଇକିଆ, ତା 26/9/25 କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ପରିସର ମଧ୍ୟରେ ନିର୍ବାଚନ ଅଧିକାରୀ ଭାବେ ଚକାପାଦ ବ୍ଲକ ବିଡ଼ିଓ ଶ୍ରୀ ହୃଦରଞ୍ଜନ ସାହୁ ଙ୍କ ଅଧକ୍ଷତାରେ ଅଧକ୍ଷ ଶ୍ରୀ ପ୍ରିତମ ଚନ୍ଦ୍ର ପ୍ରଧାନ ଙ୍କ ବିରୁଦ୍ଧ ରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ରେ ମତ ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି। ଏହି କାର୍ଯ୍ୟକ୍ରମ ଅବସର ରେ ରାଇକିଆ ବ୍ଲକ ର ସମସ୍ତ ସରପଞ୍ଚ ଓ ସମିତିସଭ୍ୟ ଙ୍କ ସହିତ କନ୍ଧମାଳ ସାଂସଦ ମଧ୍ୟ ଅନାସ୍ଥା ପ୍ରସ୍ତାବ ଉପରେ ନିଜ ର ମତ ପ୍ରଦାନ କରିଥିଲେ ।ଆଜିର ଏହି ମତଦାନ କାର୍ଯ୍ୟକ୍ରମ ରେ 23 ଜଣ ସଦସ୍ୟ ଅନାସ୍ଥା ପ୍ରସ୍ତାବ ଉପରେ ନିଜ ର ମତ ପ୍ରଦାନ କରିଥିବା ସମୟ ରେ 2 ଜଣ ସଦସ୍ୟ ଙ୍କ ମତ ନାକଚ ହୋଇଯାଇଅଛି।ଆଜିର ଏହି ମତଦାନ କାର୍ଯ୍ୟକ୍ରମ ରେ ରାଇକିଆ ଜିପିଓ ସୁଶାନ୍ତ ପ୍ରଧାନ ଓ ବ୍ଲକ ସେକ୍ସନ ଅଫିସର ଲବ ନାୟକ ସହଯୋଗ କରିଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ପୋଲିସ ମୁତୟନ ହୋଇଥିବା ଦେଖିବାକୁ ମିଳିଥିଲା।
