ଦୁର୍ଗତି ନାଶିନୀ ଦୁର୍ଗା

ଦୁର୍ଗତି ନାଶିନୀ ଦୁର୍ଗା
(ପ୍ରକୃତି ବନ୍ଧୁ ହରିହର ସାହୁ)
ପାପ ବିନାଶିନୀ ଦୃଷ୍ଟ ସଂହାରିଣୀ ଦୁର୍ଗତି ନାଶିନୀ ଦୁର୍ଗା
ମହିଷାମର୍ଦ୍ଦିନୀ ତୁମେ କାତ୍ୟାୟନୀ ବିପଦ ନାଶିନୀ ଦୁର୍ଗା।।
ଶାରଦୀୟ ପୂଜା ପାଉଅଛ ମାଆ
ଭାରତ ଚଳ ଚଞ୍ଚଳ
ତୋ ପୂଜା ରେ ସର୍ବେ ଏକାଗ୍ରତା କରି ଭାବ ରେ ସର୍ବେ ଉତ୍ସ୍ବଳ।।
ଗଣେଶ କାର୍ତ୍ତିକ ଲକ୍ଷ୍ମୀ ସରସ୍ଵତୀ
ପୂଜା ପାଆନ୍ତି ତୋ ପୀଠେ
ସନ୍ଧି ପୂଜା ରେ ହଜିଥାନ୍ତି ଭକ୍ତ
ଅତ୍ୟନ୍ତ ଭାବୁକ ଭାବେ।।
କଲିକତା ଠାରୁ କଟକ ମଧ୍ୟରେ
ଭକ୍ତିପୂତ ନିବେଦନ
ଭୁବନେଶ୍ୱର ରାବଣପୋଡ଼ି ରେ
‌ହଜାଯାଇଥାଏ ମନ।
ସବୁଠାରୁ ବଡ଼ ଗ୍ରାମ ଭୁବନ ଯେ ଦଶହରା ପୁଜା ପାଇଁ
ଦଶରା ବଳଦ ବୁଲାଇ ଥାଆନ୍ତି
ବାଣ ବାଜି ଯେ ବଜାଇ।।
ପୁରାତନ ପ୍ରଥା ହଜି ନାହିଁ ଏବେ ଷଡ଼ଙ୍ଗୀ ଚଳ ଚଞ୍ଚଳ
ଆବାହନ ସଙ୍ଗେ ସାଂସ୍କୃତିକ କାର୍ଯ୍ୟେ ଗ୍ରାମବାସୀ ଯେ ବିହ୍ବଳ।।
ମୁଁ ଛାର ଅଧମ ଅଟେ ‌ ହରିହର
ବାପା ଛେଉଣ୍ଡ ପାଇଁ
ଚଳିତ ବର୍ଷ ରେ ହତଭାଗ୍ୟ ମୁଁହି ପୂଜା କରିବାର ପାଇଁ।
ଦିଅ ହେ ଆଶିଷ ମମତା ମୟୀ ମାଆ
ଏହି ଅଧମ ଉପରେ
ତୋ ଆଶିଷ ପାଇଁ ବ୍ୟାକୁଳତା ମନ
ସେବା ତୋହରି ପୟରେ।।
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ସଭାପତି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା

Leave a Reply

Your email address will not be published. Required fields are marked *