ପୁଣି ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ
ପୁଣି ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍। ଦୀର୍ଘସମୟ ଧରି ଶ୍ରୀମନ୍ଦିର ଉପର ସମେତ ରୋଷଘର ଉପରେ ଉଡିଲା ଡ୍ରୋନ୍। ଗତକାଲି ରାତିରେ ଏଭଳି ଦୃଶ୍ୟ ଶ୍ରୀମନ୍ଦିର ଉପରେ ପୁର୍ନବାର ଦେଖିବାକୁ ମିଳିଥିଲା। ଦିନକ ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱରେ ପଇଁତରା ମାରିଥିଲା ଏକ ବିମାନ। ନୋ ଫ୍ଲାଇଁ ଜୋନ୍ରେ ଏଭଳି ଉଡାଣକୁ କିଏ ଅନୁମତି ଦେଉଛି ତାକୁ ନେଇ ଉଠିଛି ପ୍ରଶ୍ନ। ତେବେ ଡ୍ରୋନ୍ କିଏ ଉଡାଇଲା ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। ବାଲିସାହିରୁ ଡ୍ରୋନ୍ ଟି ଅପରେଟ୍ ହେଉଥିବା ଚର୍ଚ୍ଚା ହେଉଛି। ବାରମ୍ବାର ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡିବାରୁ ଶ୍ରୀମନ୍ଦିର ସୁରକ୍ଷା ଉପରେ ଉଠୁଛି ପ୍ରଶ୍ନ। ତେଵେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ କୁ ପ୍ରତିହତ କରିବା ପାଇଁ ଆଣ୍ଟି ଡ୍ରୋନ୍ ସିଷ୍ଟମ କାର୍ଯ୍ୟକାରୀ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଥିବା ବେଳେ ଏହା କାର୍ଯ୍ୟକାରୀ ନ ହେବା ସରକାରଙ୍କ ଚରମ ଅବହେଳା,,ଓ ଉଦାସୀନତାକୁ ପଦାରେ ପକାଇଛି।
