ପୁରୀ ଡାକ୍ତରଖାନାରେ ଲିଫ୍ଟ ଅଚଳ, ଲୋକଙ୍କ ମଧ୍ୟରେ ଉତ୍ତେଜନା

ପୁରୀ ସଦର ମୁଖ୍ୟ ଚିକିତ୍ସାଳୟର ଘୋର ଅବ୍ୟବସ୍ଥାର ଚିତ୍ର ଏବେ ପଦାରେ ପଡିଛି । ୬ ମହଲା ବିଶିଷ୍ଟ ପ୍ରସୂତି ଓ ଶିଶୁ ବିଭାଗର ଲିପ୍ଟ ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ରୋଗୀଙ୍କ ସମ୍ପର୍କୀୟ ମାନେ ଲିପ୍ଟ ଭିତରେ ପ୍ରାୟ 20 ମିନିଟ୍ ପର୍ଯ୍ୟନ୍ତ ଫସି ରହି ଅଣନିଶ୍ୱଆସୀ ହୋଇପଡିଥିଲେ । ଉକ୍ତ ଲିପ୍ଟରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ମାନେ ଯାଉଥିବା ସମୟରେ ତିନି ମହଲାରେ ଲିପ୍ଟଟି ଅଚଳ ହୋଇପଡିଥିଲା। କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଲିପ୍ଟଟି ଅଚଳ ହୋଇଥିବା ବେଳେ ସିକ୍ୟୁରିଟିଗାର୍ଡ ମାନେ ଚେଷ୍ଟା କରି ଲିପ୍ଟକୁ ସଚଳ କରିଥିଲେ। ଭଲକରି ଦେଖନ୍ତୁ ଏହି ଭିଜୁଆଲକୁ। ଲିପ୍ଟ ଅଚଳ ଖବର ପାଇ ଅଗ୍ନିଶମ ବିଭାଗ ଓ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଘଟଣାକୁ ନେଇ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ବାରମ୍ବାର ଲିପ୍ଟ ଅଚଳ ଯୋଗୁଁ ରୋଗୀ ଓ ତାଙ୍କ ସମ୍ପର୍କୀୟ ମାନେ ନାନା ଅସୁବିଧାର ସମ୍ମୁଖିନ ହେଉଥିବା ନଜିର୍ ରହିଛି। ଯଦି ଖୁବଶୀଘ୍ର ଲିପ୍ଟ ଗୁଡିକୁ ମରାମତି କରାନଯାଏ ତେବେ ଯେକୌଣସି ମୁହୂର୍ତ୍ତରେ ଏକ ବଡଧରଣର ଅଘଟଣ ସୃଷ୍ଟି ହୋଇପାରେ |ପୁରୀ ସଦର ମୁଖ୍ୟ ଚିକିତ୍ସାଳୟର ଘୋର ଅବ୍ୟବସ୍ଥାର ଚିତ୍ର ଏବେ ପଦାରେ ପଡିଛି । ୬ ମହଲା ବିଶିଷ୍ଟ ପ୍ରସୂତି ଓ ଶିଶୁ ବିଭାଗର ଲିପ୍ଟ କିଛି ସମୟ ପୂର୍ବରୁ ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ରୋଗୀଙ୍କ ସମ୍ପର୍କୀୟ ମାନେ ଲିପ୍ଟ ଭିତରେ ପ୍ରାୟ 20 ମିନିଟ୍ ପର୍ଯ୍ୟନ୍ତ ଫସି ରହି ଅଣନିଶ୍ୱଆସୀ ହୋଇପଡିଛନ୍ତି। କିଛି ସମୟ ପୂର୍ବରୁ ଉକ୍ତ ଲିପ୍ଟରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ମାନେ ଯାଉଥିବା ସମୟରେ ତିନି ମହଲାରେ ଲିପ୍ଟଟି ଅଚଳ ହୋଇପଡିଥିଲା। କିଛି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଲିପ୍ଟଟି ଅଚଳ ହୋଇଥିବା ବେଳେ ସିକ୍ୟୁରିଟିଗାର୍ଡ ମାନେ ଚେଷ୍ଟା କରି ଲିପ୍ଟକୁ ସଚଳ କରିଥିଲେ। ଭଲକରି ଦେଖନ୍ତୁ ଏହି EXCLUSIVE ଭିଜୁଆଲକୁ। ଲିପ୍ଟ ଅଚଳ ଖବର ପାଇ ଅଗ୍ନିଶମ ବିଭାଗ ଓ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିବା ସମୟରେ ଲିପ୍ଟଟି ସଚଳ ହୋଇଥିଲା। କିନ୍ତୁ କିଛି ସମୟ ପାଇଁ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ବାରମ୍ବାର ଲିପ୍ଟ ଅଚଳ ଯୋଗୁଁ ରୋଗୀ ଓ ତାଙ୍କ ସମ୍ପର୍କୀୟ ମାନେ ନାନା ଅସୁବିଧାର ସମ୍ମୁଖିନ ହେଉଥିବା ନଜିର୍ ରହିଛି। ଯଦି ଖୁବଶୀଘ୍ର ଲିପ୍ଟ ଗୁଡିକୁ ମରାମତି କରାନଯାଏ ତେବେ ଯେକୌଣସି ଏକ ବଡଧରଣର ଅଘଟଣ ସୃଷ୍ଟି ହୋଇପାରେ |

Leave a Reply

Your email address will not be published. Required fields are marked *