ସାତ ଜନମ ସାଥୀ ଦୁଇ ଦିବ୍ୟାଙ୍ଗ
ଭଦ୍ରକ,:- ଅନନ୍ୟ ସେ ପ୍ରେମ। କାହାଣି ବି ବେଶ ରୋଚକ। ନିଆରା ସମ୍ପର୍କର ବାନ୍ଧି ହୋଇ ସାତ ଜନମର ସାଥୀ ସାଜିଥିବା ଦିବ୍ୟାଙ୍ଗ ଦମ୍ପତିକୁ ସବୁଠୁ ଆସିଛି ଶୁଭଆଶିଷ। ଦୁଇ ଜଣ ଭିନ୍ନକ୍ଷମ। ବର ଶତପ୍ରତିଶତ ଦିବ୍ୟାଙ୍ଗ ଥିବା ବେଳେ କନ୍ୟା ୮୦ ପ୍ରତିଶତ। ଦୁହିଁଙ୍କ ଭିତରେ ଗଢି ଉଠିଥିଲା ପ୍ରେମ। ପରସ୍ପରକୁ ଭଲ ପାଇ ଶେଷରେ ବିବାହ ବେଦୀରେ ବସିଛନ୍ତି। ଦୁଇ ମନ ଏକାଠି ପରେ ଯୁବ ନେତା ଆଶିଷ ମହାନ୍ତିଙ୍କ ଉଦ୍ୟମରେ ଆଜି ହୋଇଛି ବିବାହ । ନବ ରାତ୍ରରେ ଶୁଭ ନବ ଦମ୍ପତିଙ୍କ ସମେତ ଆୟୋଜକଙ୍କ ପାଇଁ ଜାରିଆଡୁ ପ୍ରଶଂସାର ସୁଅ ଛୁଟିଛି।ଭଦ୍ରକ ଜିଲ୍ଲା କୋଡ଼ବରୁଆଁର ଜଗନ୍ନାଥ ଜେନା।ଦୁଇ ଗୋଡ଼ ନାହିଁ ତାଙ୍କର। ହାତ ବି ନାହିଁ । ସେଇଥି ପାଇଁ ବାପା ଓ ମାଆ ନାମ ଦେଇଥିଲେ ଜଗା ବଡ ହେବା ପର ଠାରୁ ଏବେ ପଯ୍ୟନ୍ତ ଭାଈ ଓ ଭାଉଜ ଜଗା ଙ୍କ ଦେଖା ଶୁଣା କରୁଛନ୍ତି। ୧୦୦ପ୍ରତିଶତ ଦିବ୍ୟାଙ୍ଗ ବୋଲି ନିଜ ପାଇଁ ରୋଜଗାର ମଧ୍ୟ କରି ପାରନ୍ତି ନାହିଁ ଜଗା। ଜଗା ଆଜି ବର ରୂପରେ ଭଦ୍ରକ ବଙ୍କ ବାସୁଳୀ ମନ୍ଦିର ଆସିଥିଲେ। କନ୍ୟା ଥିଲା ତିହିଡ଼ି ସାହସ ପୁର ଅଞ୍ଚଳର ନର୍ମିତା
ମହାକୁତ । ବର୍ଷକର ହୋଇଥିଲେ। ଦୁର୍ଘଟଣା ଘଟିଥିଲା। ନିଆଁରେ ପଢ଼ି ପୋଡି ଯାଇଥିଲେ। ତାଙ୍କ ଶରୀର ୮୦ ପ୍ରତିଶତ ଜଳି ଯାଇଥିଲା ଚଲାବୁଲା କରୁଥିଲେ ଠିକ ଭାବେ ଅଣ୍ଟା ସଳଖି ପାରୁ ନାହାନ୍ତି । ତାଙ୍କର ୪ ବର୍ଷ ପୂର୍ବେ ଭେଟ ହୋଇଥିଲା । ଜଗାଙ୍କ ସହ ଦେଖା ପରେ ବନ୍ଧୁତାର ପ୍ରେମ ସୃଷ୍ଟି ହୋଇଥିଲା । ବିବାହ ଲାଗି ଦୁଇ ଦିବ୍ୟଙ୍ଗ ଙ୍କ ମନ ସ୍ଥିର କରିଥିଲେ । ପରିବାରର ଅର୍ଥକ ସମ୍ବଳ ନ ଥିବାରୁ ବିବାହ ହୋଇ ପାରୁ ନ ଥିଲା ଘଟଣା ରୁ ଜଣା ପଡ଼ିବା ପରେ କୋଡବରୁଆ ର ସରପଞ୍ଚ ବସନ୍ତ ମହାନ୍ତି ଙ୍କ ପ୍ରତିନିଧି ତଥା ଯୁବ ସମାଜସେବୀ ଆଶୀଷ ମହାନ୍ତି ଙ୍କ ନେତୃତ୍ୱରେ ବିବାହ ହେବା ନେଇ ଦିନ ଧାର୍ଯ୍ୟ ହୋଇଥିଲା ଅଲେଖ ମହାନ୍ତି, ଲକ୍ଷ୍ମୀ ପ୍ରିୟା ନାୟକ,, ଜୟନ୍ତ ଦାସ, ଆଶୁତୋଷ ନାୟକ। ଅଣ୍ଡେ ପଲ୍ଲୀ ର ପୂର୍ବତନ ସରପଞ୍ଚ ଆଶୁତୋଷ ପ୍ରଧାନ ପ୍ରମୁଖଙ୍କ ସମେତ ଉଭୟ ପରିବାରଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ ହେଇଥିବା ଜଣାପଡ଼ିଛି।
