ଷ୍ଟେଚରରେ ଆଣି ଶ୍ରୀମନ୍ଦିର ପତିତପାବନଙ୍କୁ ଦର୍ଶନ କରାଇ ଶେଷ ଇଛା ପୂରଣ କଲେ ପୁଅ ଓ ଝିଅ

ଷ୍ଟେଚରରେ ଆଣି ଶ୍ରୀମନ୍ଦିର ପତିତପାବନଙ୍କୁ ଦର୍ଶନ କରାଇ ଶେଷ ଇଛା ପୂରଣ କଲେ ପୁଅ ଓ ଝିଅ

ନିଜ ମାଙ୍କ ଅନ୍ତିମ ଇଚ୍ଛା ପୂରଣ କଲେ ପୁଅ ଓ ଝିଅ। ରୋଗାକ୍ରାନ୍ତ ମାକୁ ଶ୍ରୀମନ୍ଦିର ସ୍ଥିତ ପତିତପାବନଙ୍କୁ ଦର୍ଶନ କରାଇ ତାଙ୍କ ଶେଷ ଇଚ୍ଛା ପୂରଣ କରିଛନ୍ତି ପୁଅ ଓ ଝିଅ। ନିଜ ରୋଗାକ୍ରାନ୍ତ ମାକୁ ଷ୍ଟ୍ରେଚରରେ ପୁରୀ ମରଚିକୋଟ ଛକଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଠେଲିଠେଲି ନେଇ ପତିତପାବନଙ୍କୁ ଦର୍ଶନ କରାଇ ତାଙ୍କ ଶେଷ ଇଚ୍ଛା ପୂରଣ କରିଛନ୍ତି ପୁଅ ଓ ଝିଅ। କଥାରେ ଅଛି ବାପା ହେଉଛନ୍ତି ଚଳନ୍ତି ଠାକୁର। ହେଲେ ବୟସର ଅପରାହ୍ନରେ ଅନେକ ବାପା ମା ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଥାନ୍ତି। କିନ୍ତୁ ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ଏହି ସୁନ୍ଦର ଦୃଶ୍ୟକୁ ଯିଏ ଦେଖିଥିଲା ସିଏ ଭାବବିହୋଳ ହୋଇ
ପଡିବା ସହ ସେ ପୁଅ ଝିଅଙ୍କ ପ୍ରଶଂସା ନ କରି ରହିପାରିନଥିଲା । ଭୁବନେଶ୍ୱରରୁ ଚାଲିପାରୁନଥିବା ମାକୁ ଜଗା ଦର୍ଶନ ପାଇଁ ପୁରୀ ଆଣିଥିଲେ ପୁଅ ଝଅ | ଏ ଦୃଶ୍ୟ ବଡଦାଣ୍ଡରେ ଭାବବିହୋଳ ପରିବେଶ ସୃଷ୍ଟି କରିଥିଲା। ସେପଟେ ପତିତପାବନଙ୍କୁ ଦର୍ଶନ କରି ବୃଦ୍ଧା ଜଣକ ଛଳଛଳ ଆଖିରେ ଖୁସି ପ୍ରକଟ କରିଥିବା କହିଛନ୍ତି।

Leave a Reply

Your email address will not be published. Required fields are marked *