ବ୍ଯାସନଗର ମହାବିଦ୍ୟାଳୟ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ବ୍ଯାସନଗର ମହାବିଦ୍ୟାଳୟ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ବ୍ଯାସନଗର, ୦୨/୧୦,: ବ୍ଯାସନଗର ସ୍ବୟଂ ଶାସିତ ମହାବିଦ୍ୟାଳୟ ରେ ଜାତିର ଜନକ ମହାତ୍ମାଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଙ୍କର ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରଥମେ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୈରଭମୟ ଦାଶ ମହାବିଦ୍ୟାଳୟ ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଦୁଇ ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। କ୍ଯାପ୍ଟେନ୍ ପୂର୍ଣ ଚନ୍ଦ୍ର ସ୍ଵାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ଯୁକ୍ତ ଦାଶ ଦେଶ ସ୍ବାଧୀନତାରେ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ବଳିଷ୍ଠ ଭୂମିକା ବିଷୟରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଗଣିତ ଅଧ୍ୟାପକ ଶ୍ରୀ ଯୁକ୍ତ ବିବେକାନନ୍ଦ ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମନୋବିଜ୍ଞାନ ଅଧ୍ୟାପକ ଶ୍ରୀ ଯୁକ୍ତ ଅଜୟ କୁମାର ଦାସ ଅର୍ଥନୀତି ଅଧ୍ୟାପକ ଶ୍ରୀ ଯୁକ୍ତ ସନାତନ ଦାସ ଓ ରାତ୍ର ଜଗୁଆଳି ଜିତେନ୍ଦ୍ର କୁମାର ମଲ୍ଲିକ ଓ ନିତ୍ୟ ଯୋଗ କକ୍ଷର ଦିଲିପ୍ କୁମାର ଦଳାଇ, ସୁରେନ୍ଦ୍ର କୁମାର ନାୟକ, ନରେନ୍ଦ୍ର କୁମାର ଦାସ, ବିଭୀଷଣ ନାୟକ, ସମରେନ୍ଦ୍ର ଜେନା, ନୃପମଣି ସାହୁ, କୂଳମଣି ସାମଲ, ଅଲେଖ ଜେନା, ସ୍ମୃତି ରଞ୍ଜନ ନାୟକ ଓ ବିଜୟ କୁମାର ନାଥ ଶର୍ମା, ମାନଗୋବିନ୍ଦ ପଣ୍ଡା, ଇନ୍ଦିରା ଜେନା ଓ ସଦାଶିବ ଓଝା ପ୍ରଭୃତି ସଭ୍ୟସଭ୍ଯାମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *