ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି୫୭ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟକୁ କ୍ୟାବିନେଟ ମଞ୍ଜୁରୀ୫୮୬୨ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମାଣ ହେବପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତା

ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି୫୭ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟକୁ କ୍ୟାବିନେଟ ମଞ୍ଜୁରୀ୫୮୬୨ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମାଣ ହେବପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି କେନ୍ଦ୍ର ସରକାରଙ୍କ ବର୍ଦ୍ଧିତ ସଂଖ୍ୟକ କର୍ମଚାରୀଙ୍କ ପିଲାମାନଙ୍କର ଶିକ୍ଷାଗତ ଆବଶ୍ୟକତାକୁ ସୁଗମ କରିବା ଉଦ୍ଦେଶ୍ୟରେ ସାରା ଦେଶରେ ବେସାମରିକ କ୍ଷେତ୍ର ଅଧୀନରେ ୫୭ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ (କେ.ଭି.) ଖୋଲିବା ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି। ୨୦୨୬-୨୭ ଠାରୁ ନଅ ବର୍ଷ ମଧ୍ୟରେ ୫୭ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ, ମୋଟ ଆନୁମାନିକ ପାଣ୍ଠିର ଆବଶ୍ୟକତା ପାଖାପାଖି ୫୮୬୨.୫୫ କୋଟି ଟଙ୍କା । ଏଥିରେ ପ୍ରାୟ ୨୫୮୫.୫୨ କୋଟି ଟଙ୍କାର ପୁଞ୍ଜି ବ୍ୟୟ ଅଂଶ ଏବଂ ପରିଚାଳନା ଖର୍ଚ୍ଚ ବାବଦରେ ପ୍ରାୟ ୩୨୭୭.୦୩ କୋଟି ଟଙ୍କା ସାମିଲ ରହିଛି । ଉଲ୍ଲେଖନୀୟ ଯେ ପ୍ରଥମ ଥର ପାଇଁ, ଏହି ୫୭ଟି କେନ୍ଦ୍ରୀୟ ବିଦ୍ୟାଳୟକୁ ୩ ବର୍ଷର ମୌଳିକ ପର୍ଯ୍ୟାୟ (ପ୍ରାକ୍-ପ୍ରାଥମିକ) ବାଲବାଟିକାମାନଙ୍କ ସହିତ ଅନୁମୋଦନ କରାଯାଇଛି। ପ୍ରତିରକ୍ଷା ଏବଂ ଅର୍ଦ୍ଧସାମରିକ ବାହିନୀ ସମେତ କେନ୍ଦ୍ର ସରକାରଙ୍କ ବଦଳି ଏବଂ ବଦଳି ହେଉନଥିବା କର୍ମଚାରୀଙ୍କ ପିଲାମାନଙ୍କର, ଶିକ୍ଷାଗତ ଆବଶ୍ୟକତାକୁ ପୂରଣ କରିବା ପାଇଁ ସାରା ଦେଶରେ ସମାନ ଧାରଣର ଶିକ୍ଷାଗତ ସୁବିଧା ଯୋଗାଇବା ପାଇଁ ଭାରତ ସରକାର ନଭେମ୍ବର ୧୯୬୨ ମସିହାରେ କେନ୍ଦ୍ରୀୟ ବିଦ୍ୟାଳୟ ଯୋଜନାକୁ ଅନୁମୋଦନ କରିଥିଲେ। ଫଳସ୍ୱରୂପ, ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ଏକ ୟୁନିଟ୍ ଭାବରେ “କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ” ଆରମ୍ଭ କରାଯାଇଥିଲା। ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ଏକ ନିରନ୍ତର ପ୍ରକ୍ରିୟା। ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟ/ବିଭାଗ, ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ସମେତ ବିଭିନ୍ନ ପ୍ରାୟୋଜକ କର୍ତ୍ତୃପକ୍ଷଙ୍କ ଠାରୁ ମନ୍ତ୍ରଣାଳୟ ଏବଂ କେଭିଏସ୍ ନିୟମିତ ଭାବେ ପ୍ରସ୍ତାବ ଗ୍ରହଣ କରିଥାନ୍ତି। ଏହି ପ୍ରସ୍ତାବଗୁଡ଼ିକ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହିତ କେନ୍ଦ୍ର ସରକାର, ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ/ମନ୍ତ୍ରଣାଳୟ/ବିଭାଗ ମାନେ ପଠାଇଥାନ୍ତି । ଆଜି ସୁଦ୍ଧା ୧,୨୮୮ଟି କାର୍ଯ୍ୟକ୍ଷମ କେନ୍ଦ୍ରୀୟ ବିଦ୍ୟାଳୟ ରହିଛି, ଯେଉଁଥିରେ ବିଦେଶ ଯଥା ମସ୍କୋ, କାଠମାଣ୍ଡୁ ଏବଂ ତେହେରାନରେ ୩ଟି କେନ୍ଦ୍ରୀୟ ବିଦ୍ୟାଳୟ ଅନ୍ତର୍ଭୁକ୍ତ । ୩୦.୦୬.୨୦୨୫ ସୁଦ୍ଧା ଏଗୁଡିକରେ ପ୍ରାୟ ୧୩.୬୨ଲକ୍ଷ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି ।ପୂର୍ବରୁ ୮୫ଟି କେନ୍ଦ୍ରୀୟ ବିଦ୍ୟାଳୟ ଗୁଡ଼ିକର ମଞ୍ଜୁରୀ ସହିତ, ଏହି ପ୍ରସ୍ତାବ ସର୍ବଭାରତୀୟ ସମ୍ପ୍ରସାରଣକୁ ସନ୍ତୁଳିତ କରିବା ସହିତ କେନ୍ଦ୍ରୀୟ ବିଦ୍ୟାଳୟ ଗୁଡ଼ିକର ଉଚ୍ଚ ଚାହିଦାକୁ ପ୍ରଶମିତ କରିବ। ସି.ସି.ଇ.ଏ. ଗୃହ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ ୭ଟି କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ଅବଶିଷ୍ଟ ୫୦ଟି ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅନୁମୋଦିତ ହୋଇଛି। କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକ ପାଇଁ ୫୭ଟି ନୂଆ ପ୍ରସ୍ତାବ ଅଣସଂରକ୍ଷିତ ଏବଂ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳଗୁଡ଼ିକରେ ପହଞ୍ଚିବା ଲାଗି ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଏହି ପ୍ରସ୍ତାବ ଏପରି ଏକ ଆଭିମୁଖ୍ୟକୁ ଦର୍ଶାଉଛି, ଯାହା ପୂର୍ବର ବିକାଶରେ ସହାୟକ ହେବା ସହିତ ସମଗ୍ର ଉତ୍ତର, ଦକ୍ଷିଣ ଏବଂ ପଶ୍ଚିମରେ ସନ୍ତୁଳିତ ପ୍ରତିନିଧିତ୍ୱ ସୁନିଶ୍ଚିତ କରି ସମାବେଶୀତା ଏବଂ ଜାତୀୟ ସଂହତିକୁ ସୁଦୃଢ଼ କରିବ। ଡିସେମ୍ବର ୨୦୨୪ ରେ ମଞ୍ଜୁର ହୋଇଥିବା ୮୫ କେଭି ସହିତ ଏହି ପ୍ରସ୍ତାବରେ ୧୭ ଟି ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରାଯାଉଛି। ଏହି ୫୭ଟି କେନ୍ଦ୍ରୀୟ ବିଦ୍ୟାଳୟ ମଧ୍ୟରୁ ୨୦ଟି ସେହି ଜିଲ୍ଲାଗୁଡ଼ିକରେ ଖୋଲିବାର ପ୍ରସ୍ତାବ ରହିଛି ଯେଉଁଠାରେ କେନ୍ଦ୍ର ସରକାରଙ୍କ ବହୁ ସଂଖ୍ୟକ କର୍ମଚାରୀ ଥିବା ସତ୍ତ୍ୱେ ବର୍ତ୍ତମାନ କୌଣସି କେନ୍ଦ୍ରୀୟ ବିଦ୍ୟାଳୟ ନାହିଁ। ଏହାବ୍ୟତୀତ, ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ୧୪ଟି କେନ୍ଦ୍ରୀୟ ବିଦ୍ୟାଳୟ, ବାମପନ୍ଥୀ ଉଗ୍ରବାଦ ଜିଲ୍ଲାରେ ୪ଟି କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ଉତ୍ତର-ପୂର୍ବାଞ୍ଚଳ ବା ପାର୍ବତ୍ୟାଞ୍ଚଳରେ ୫ଟି କେନ୍ଦ୍ରୀୟ ବିଦ୍ୟାଳୟର ପ୍ରସ୍ତାବ ରହିଛି। ଡିସେମ୍ବର ୨୦୨୪ ରେ ମଞ୍ଜୁର ହୋଇଥିବା ୮୫ କେନ୍ଦ୍ରୀୟ ବିଦ୍ୟାଳୟର ମଞ୍ଜୁରୀ ଜାରି ରଖି, ସେହିସବୁ ରାଜ୍ୟଗୁଡ଼ିକୁ ପ୍ରାଥମିକତା ଦେଇ ଆହୁରି ୫୭ ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଅନୁମୋଦନ କରାଯାଇଛି ଯେଉଁ ରାଜ୍ୟଗୁଡିକ ମାର୍ଚ୍ଚ ୨୦୧୯ ମସିହାରୁ ଅନ୍ତର୍ଭୁକ୍ତ ହୋଇନଥିଲା। ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଶାସନିକ ଢାଞ୍ଚାରେ ପ୍ରାୟ ୧,୫୨୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ, ଏକ ପୂର୍ଣ୍ଣ କେନ୍ଦ୍ରୀୟ ବିଦ୍ୟାଳୟ ଚଳାଇବା ପାଇଁ ସଂଗଠନ ଦ୍ୱାରା ନିର୍ଦ୍ଧାରିତ ନିୟମ ଅନୁଯାୟୀ ପଦବୀ ସୃଷ୍ଟି କରିବାର ଆବଶ୍ୟକତା ରହିଛି। ଏହାଦ୍ୱାରା ୮୬,୬୪୦ ଛାତ୍ରଛାତ୍ରୀ ଉପକୃତ ହେବେ। ପ୍ରଚଳିତ ନିୟମ ଅନୁଯାୟୀ, ଏକ ପୂର୍ଣ୍ଣ କେନ୍ଦ୍ରୀୟ ବିଦ୍ୟାଳୟ (ବାଲବାଟିକା ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ) ୮୧ ଜଣ ବ୍ୟକ୍ତିଙ୍କୁ ନିଯୁକ୍ତି ପ୍ରଦାନ କରିଥାଏ ଏବଂ ସେହି ଅନୁଯାୟୀ, ୫୭ ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟର ଅନୁମୋଦନ ସହିତ ମୋଟ ୪,୬୧୭ ଟି ସିଧାସଳଖ ସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ। ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟରେ ବିଭିନ୍ନ ସୁବିଧା ବୃଦ୍ଧି ସହିତ ଜଡିତ ନିର୍ମାଣ ଏବଂ ଆନୁସଙ୍ଗିକ କାର୍ଯ୍ୟକଳାପ ଅନେକ କୁଶଳୀ ଏବଂ ଅଣକୁଶଳୀ ଶ୍ରମିକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ସମ୍ଭାବନା ରହିଛି। ଜାତୀୟ ଶିକ୍ଷା ନୀତି ୨୦୨୦ର ଅନୁସରଣରେ, ୯୧୩ଟି କେନ୍ଦ୍ରୀୟ ବିଦ୍ୟାଳୟ ଗୁଡ଼ିକୁ ପିଏମ ଶ୍ରୀ ବିଦ୍ୟାଳୟ ଭାବେ ନାମିତ କରାଯାଇଛି, ଯାହା ଏନ.ଇ.ପି. ୨୦୨୦ର କାର୍ଯ୍ୟକାରିତାକୁ ଦର୍ଶାଉଛି। ଗୁଣାତ୍ମକ ଶିକ୍ଷାଦାନ, ଅଭିନବ ଶିକ୍ଷାଦାନ ଏବଂ ଅତ୍ୟାଧୁନିକ ଭିତ୍ତିଭୂମି କାରଣରୁ କେ.ଭି. ଗୁଡ଼ିକ ସର୍ବାଧିକ ଚାହିଦା ଥିବା ବିଦ୍ୟାଳୟ। ପ୍ରତିବର୍ଷ କେନ୍ଦ୍ରୀୟ ବିଦ୍ୟାଳୟ ଗୁଡ଼ିକରେ ବାଲବାଟିକା/ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ଆବେଦନ କରୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି ଘଟୁଛି ଏବଂ ସି. ବି. ଏସ୍. ଇ. ଦ୍ୱାରା ପରିଚାଳିତ ବୋର୍ଡ ପରୀକ୍ଷାରେ କେନ୍ଦ୍ରୀୟ ବିଦ୍ୟାଳୟ ଗୁଡ଼ିକର ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ସମସ୍ତ ଶିକ୍ଷା ବ୍ୟବସ୍ଥା ମଧ୍ୟରେ କ୍ରମାଗତ ଭାବେ ଶ୍ରେଷ୍ଠ ରହିଛି। ତେଣୁ, କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକୁ ଆଦର୍ଶ ବିଦ୍ୟାଳୟ ଭାବରେ ପ୍ରଦର୍ଶିତ କରି, ପ୍ରସ୍ତାବଟି ନିଶ୍ଚିତ କରେ ଯେ ଗୁଣାତ୍ମକ ଶିକ୍ଷା ସେହି ରାଜ୍ୟଗୁଡ଼ିକରେ ପହଞ୍ଚିବ ଯେଉଁଗୁଡ଼ିକ ଭାରତ ସରକାରଙ୍କ ପୂର୍ବ ଅନୁମୋଦନରେ କମ୍/ଅଣପ୍ରତିନିଧିତ୍ୱିତ ଥିଲା, ତାହା ସହିତ ବହୁ ସଂଖ୍ୟକ କେନ୍ଦ୍ର ସରକାରୀ କର୍ମଚାରୀ ଥିବା ଅଞ୍ଚଳ, ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ମଧ୍ୟ କଭରେଜକୁ ସୁଦୃଢ଼ କରିବ ଏବଂ ଭୌଗୋଳିକ ଭାବରେ ଆହ୍ୱାନପୂର୍ଣ୍ଣ ଏବଂ ସାମାଜିକ ଭାବରେ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ କେ. ଭି. ଏସ୍. ନେଟୱାର୍କକୁ ବିସ୍ତାର କରିବ।

Leave a Reply

Your email address will not be published. Required fields are marked *