ନବୀନର ମୟୂରୀ

ଅନୁବାଦ ଶିଶୁ ସାହିତ୍ୟ ପୁସ୍ତକ “ନବୀନର ମୟୂରୀ” ଉନ୍ମୋଚିତ
ପୁରୀ –3.10.25 ଶିଶୁ ସାହିତ୍ୟିକ ପ୍ରଶାନ୍ତ କୁମାର ମଙ୍ଗରାଜଙ୍କ ଦ୍ୱାରା କନ୍ନଡ଼ରୁ ଓଡ଼ିଆ ଅନୁବାଦ ଶିଶୁ ଉପନ୍ୟାସ ପୁସ୍ତକ ” ନବୀନର ମୟୂରୀ”ପୁସ୍ତକ ଆଜି ଉନ୍ମୋଚିତ ହୋଇଛି.
ଶିକ୍ଷାଶ୍ରୀ ଶିଶୁ ପାଠାଗାର ପକ୍ଷରୁ ଅଠରନଳା ସ୍ଥିତ ଭଗବତୀ ବିଦ୍ୟା ନିକେତନ ସଭାଗୃହରେ ଆୟୋଜିତ ଏକ ସାରସ୍ୱତ ସମାରୋହରେ ଏହି ଶିଶୁ ଉପନ୍ୟାସ ପୁସ୍ତକ ଉନ୍ମୋଚନ କରାଯାଇଥିଲା. ଶିଶୁ ସାହିତ୍ୟିକ ରମେଶ ଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଜାତୀୟ ବାଲସାହିତ୍ୟ ପୁରସ୍କାରପ୍ରାପ୍ତ ପ୍ରଫେସର ଡ଼ ନରେନ୍ଦ୍ର ପ୍ରସାଦ ଦାଶ ମୁଖ୍ୟ ଅତିଥି, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଶିଶୁ ସାହିତ୍ୟିକ ବୀରେନ୍ଦ୍ର ମହାନ୍ତି,ମୁଖ୍ୟ ବକ୍ତା, ବରିଷ୍ଠ ସାମ୍ବାଦିକ ବଙ୍କିମ ଚନ୍ଦ୍ର ନାୟକ, ଶ୍ରୀପର୍ଣ୍ଣା ର ସମ୍ପାଦକ କବି ଉମାକାନ୍ତ ମହାପାତ୍ର, ସମ୍ମାନିତ ଅତିଥି ରୂପେ ଯୋଗ ଦାନ କରିଥିଲେ.ମହେନ୍ଦ୍ର ବିଶୋଇ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ ନିର୍ଝରିଣୀ ର ସମ୍ପାଦକ ବିରଞ୍ଚି ନାରାୟଣ ଦାଶ.
ଉତ୍ସବରେ ଉଦବୋଧନ ଦେଇ ଅତିଥିମାନେ ପ୍ରତିଟି ଶିଶୁ ସାହିତ୍ୟ ଶିଶୁ ମନଲାଖି ହେବା ସହିତ ସେଥିରେ ସ୍ଥାନିତ ଲେଖା ସମସ୍ତଙ୍କ ପାଇଁ ଉପାଦେୟ ଏବଂ ଗଠନମୂଳକ ହେବା ବାଞ୍ଛନୀୟ. ଶିଶୁ ସାହିତ୍ୟ ରେ ହିଂସା, କ୍ରୋଧ ଏବଂ ନକାରାତ୍ମକ ଭାବନା ରହିବା ଅନୁଚିତ ବୋଲି ମତବ୍ୟକ୍ତ କରିଥିଲେ.
ଲେଖକ ପ୍ରଶାନ୍ତ ମଙ୍ଗରାଜ ପୁସ୍ତକ ପ୍ରକାଶନ ଉପରେ ନିଜର ମତାମତ ପ୍ରଦାନ କରିଥିବା ବେଳେ ପୁସ୍ତକର ସମୀକ୍ଷା କରିଥିଲେ ରଶ୍ମୀ ରଞ୍ଜନ ସାହୁ.
ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଡ଼ ପ୍ରଭାତ କୁମାର ସାହୁ, ଡ଼ ରେଖା ଦାଶ, କୁଞ୍ଜ ବିହାରୀ ସାହୁ ଅନୁବାଦ ଶିଶୁ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ. ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଡ଼ ହେମନ୍ତ କୁମାର ଛୋଟରାୟ. କ୍ରିଷ୍ଣା ମହାପାତ୍ର, ଦୁର୍ଗାବତୀ ପ୍ରଧାନ, କବିତା ମିଶ୍ର, ରଶ୍ମୀବେହେରା, ଦେବସ୍ମିତା ପ୍ରଧାନ, ଲକ୍ଷ୍ମୀଧର ମାଝୀ, ଅନ୍ନପୂର୍ଣ୍ଣା ଦେବୀ, ମିନତୀ ପଟ୍ଟନାୟକ ପର୍ଶୁରାମ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ.

Leave a Reply

Your email address will not be published. Required fields are marked *