ଜନ ଶିକ୍ଷଣ ସଂସ୍ଥାନ,ପୁରୀ ତରଫରୁ ଗାନ୍ଧୀ ଜୟନ୍ତୀ ପାଳିତ

ଜନ ଶିକ୍ଷଣ ସଂସ୍ଥାନ,ପୁରୀ ତରଫରୁ ଗାନ୍ଧୀ ଜୟନ୍ତୀ ପାଳିତ ହୋଇ ଯାଇଅଛି
ଜନ ଶିକ୍ଷଣ ସଂସ୍ଥାନ,ପୁରୀ ତରଫରୁ ସର୍ବୋଦୟ ନଗରରେ ଥିବା ଏହାର କାର୍ଯ୍ୟାଳୟ ରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇ ଯାଇଅଛି I ଏହି ଉତ୍ସବ ରେ ବିଭାଗୀୟ ମୁଖ୍ୟ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ପ୍ରଫେସର ଶ୍ରୀଯୁକ୍ତ ଲଷ୍ମୀଧର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କର ଜନ୍ମ ଦିବସ ପାଳନ ଅବସର ରେ ମହାତ୍ମା ଗାନ୍ଧୀ ଙ୍କୁ ମନେ ପକାଇ ଅହିଂସା ବଳରେ କିଭଳି ଦେଶ ସ୍ୱାଧୀନତା ଲାଭ କରିଥିଲା ସେ ବିଷୟରେ ଉଲ୍ଲେଖ କରିବା ସହିତ କାର୍ଯ୍ୟକର୍ମ ରେ ଯୋଗ ଦେଇ ଥିବା ୪୦ ରୁ ଉର୍ଦ୍ଧ ପ୍ରଶିକ୍ଷାର୍ଥୀ ମାନଙ୍କୁ ଅହିଂସା ମାର୍ଗ ରେ ଯିବା ପାଇଁ ଆହ୍ୱାନ ଦେଇ ଥିଲେ I ଏହି କାର୍ଯ୍ୟକ୍ରମ ରେ ଇଞ୍ଜିନିଅର ଶ୍ରୀ ସୂର୍ଯ୍ୟ ନାରାୟଣ ପ୍ରଧାନ ନିଜ ଅଭିଭାଷଣ ରେ ମହାତ୍ମା ଗାନ୍ଧୀ କିପରି ସମୟାନୁବର୍ତ୍ତିତା ଥିଲେ ସେହି ପରି ଆମେ ସମୟାନୁବର୍ତ୍ତିତା ଓ ଅହିଂସା ମାର୍ଗ ରେ ଚାଲିଲେ ଦେଶ ଓ ଜାତି ର ଉନ୍ନତି ହେଵା ସହିତ ମାନବିକ ମୂଲ୍ୟ ବୋଧ ପରିପ୍ରକାଶ ପାଇ ପାରିବ ତାହା ପ୍ରଶିକ୍ଷାର୍ଥୀ ମାନଙ୍କୁ ବୁଝାଇ ଥିଲେ Iତତ ସହିତ ଶିକ୍ଷାବିତ ଶ୍ରୀ ଯୋଗେନ୍ଦ୍ର କୁମାର ବିଶ୍ୱାଳ ଗାନ୍ଧିଜୀ ଙ୍କର ଦେଶ ପ୍ରତି ଥିବା ଅବଦାନ କୁ ତାଙ୍କ ଜନ୍ମ ଦିବସ ରେ ମନେ ପକାଇ ଥିଲେ I ଏହି କାର୍ଯ୍ୟକର୍ମ ରେ ଅନୁଷ୍ଠାନ ର କାର୍ଯ୍ୟକର୍ତ୍ତା ନିକି ପ୍ରଧାନ ,ବାଦଲ ପରିଡା,ପ୍ରସାଦ ଦ୍ବିବେଦୀ କାର୍ଯ୍ୟକର୍ମ କୁ ସୁଚାରୁ ରୂପେ ତୁଲେଇ ଥିଲେ I

                                        ଆପଣଙ୍କର ବିଶ୍ୱସ୍ତ

                                            ନିର୍ଦ୍ଦେଶକ
                                    ଜନ ଶିକ୍ଷଣ ସଂସ୍ଥାନ ପୁରୀ

ମୋ: ୯୪୩୮୦୧୮୫୮୨

Leave a Reply

Your email address will not be published. Required fields are marked *