ସାମ୍ବାଦିକ ଙ୍କ ଅକାଳ ବିୟୋଗ

ସାମ୍ବାଦିକ ଙ୍କ ଅକାଳ ବିୟୋଗ

ଆଠମଲ୍ଲିକ,
ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଠାକୁରଗଡ଼ ଗ୍ରାମର ସାମ୍ବାଦିକ ରମେଶ ଚନ୍ଦ୍ର ନାୟକ ଙ୍କ ୫୧ ବର୍ଷ ବୟସ ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନ ଧରି କିଡନୀ, ଲିଭର ଓ ସୁଗାର ରୋଗରେ ପୀଡିତ ହୋଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ସକାଳ ୬ଘଣ୍ଟିକା ରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ୩ ଝିଅ ସମେତ ବଡ ଜ୍ୱାଇଁ ଓ ସ୍ତ୍ରୀ ଅଛନ୍ତି । ଦିନ ୨ ଘଣ୍ଟିକା ସମୟରେ ଶବ ପହଞ୍ଚିବା ପରେ ନିଜ ବନ୍ଧୁବାନ୍ଧବ ଗ୍ରାମବାସୀ ଓ ସାମ୍ବାଦିକ ବନ୍ଧୁ ମାନେ ତାଙ୍କ ବାସ ଭବନ କୁ ପହଞ୍ଚି ଶେଷ ଦର୍ଶନ କରିଛନ୍ତି । ସେ ପ୍ରଥମେ ଦୈନିକ ପ୍ରମେୟ ରେ ଖବରଦାତା ଭାବେ ବହୁଦିନ କାର୍ଯ୍ୟ ତୁଲାଇଥିଲେ । ପ୍ରମେୟ କୁ ଛାଡ଼ି ବର୍ତମାନ ଦୈନିକ ନନ୍ଦିନୀ ଖବର କାଗଜ ରେ କାର୍ଯ୍ୟରତ ଥିଲେ । ଗ୍ରାମ ଶ୍ମଶାନ ପଡ଼ିଆରେ ତାଙ୍କର ଶେଷ କୃତ୍ୟ ସଂପନ୍ନ କରାଯାଇଥିଲା । ତାଙ୍କର ମୃତ୍ୟୁ ର ଖବର ପାଇ ଓକିଲ ସଙ୍ଘ ସଭାପତି ସୁଶାନ୍ତ ମହାପାତ୍ର, ସମାଜସେବୀ ଅର୍ଜୁନ ସାହୁ , ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ସାଏ, ଓ ବୁଦ୍ଧି ଯିବି ଗଣ ଶୋକବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *