ବର୍ଷା ବିତ୍ପାତ ଗଛ ପଡ଼ି ଭାଙ୍ଗିଲା ଦୋକାନ ଘର
ବର୍ଷା ବିତ୍ପାତ ଗଛ ପଡ଼ି ଭାଙ୍ଗିଲା ଦୋକାନ ଘର, ଗଛ ପଡ଼ି ରାସ୍ତା ଅବରୋଧ ଯାତାୟତ ବାଧା ପ୍ରାପ୍ତ l
ଫିରିଙ୍ଗିଆ, ୦୪/୧୦/୨୦୨୫ କନ୍ଧମାଳ ଜିଲ୍ଲ।ରେ ଗତ କିଛି ଦିନ ଧରି ଲଘୁଚାପ ପ୍ରଭାବ ପବନ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା ଲାଗି ରହିଛି l ବର୍ଷା ଓ ପବନରେ ବିଭିନ୍ନ ସ୍ଥାନରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି ଗଛ ପଡ଼ି ଦୋକାନ ଘର ଭାଙ୍ଗିଥିବା ବେଳେ କିଛି ସ୍ଥାନରେ ବିଦ୍ୟୁତ ପୋଲ ଉପୁଡି ରାସ୍ତା ଉପରେ ପଡିଯିବାରୁ ବିଦ୍ୟୁତ ସରୋବରାହ ବ୍ୟାଘାତ ହୋଇଥିବା ଜଣା ପଡିଛି l ଫିରିଙ୍ଗିଆ ବ୍ଲକ ଛକ ରେ ରାତିରେ ଏକ ବିରାଟ ଶାଗୁଆନ ଗଛ ଉପୁଡି ପଡ଼ି ଏକ ଦୋକାନ ଘର ଉପରେ ପଡିଯିବାରୁ ଦୋକାନ ଟି ସମ୍ପୂର୍ଣ ନଷ୍ଟ ହୋଇଛି ଜିନ୍ତୁ ଦୋକାନ ଘରେ କେହି ନଥିବାରୁ କାହାର କିଛି କ୍ଷତି ହୋଇନାହିଁ ରାତି ପ୍ରାୟ ୯ ଟା ହୋଇଥିବା ରୁ ଜନଗହଳି ଅଞ୍ଚଳ ହୋଇ ଥିଲେ ମଧ୍ୟ ଏବଂ ବର୍ଷା ହେଉଥିବାରୁ କେହି ନଥିବାରୁ ଜୀବନ ହାନି ଘଟିନାହିଁ l ଫିରିଙ୍ଗିଆ ଦମକଳ ବାହିନୀ ପହଞ୍ଚି ଗଛ କାଟି ରାସ୍ତା ସଫା କରିଥିଲେ ଗଛ ପଡିବାରୁ ରାସ୍ତା ର ଉଭୟ ପାର୍ଶ୍ୱରେ ଜାନ ବାହାନ ଅଟକି ରହିଥିଲା l ସେହିଭଳି ଫିରିଙ୍ଗିଆ ବ୍ଲକ ର ପକାରୀ ଘାଟି ରେ ରାସ୍ତା ଉପରେ ଗଛ ପଡିବାରୁ ପୂର୍ବତନ ବିଧାୟକ ଅଙ୍ଗଦ କହଁର ଙ୍କ ସହ ଅଞ୍ଚଳ ର କିଛି ଯୁବକ ମିଶି ଗଛ କାଟି ରାସ୍ତା ଖାଲି କରିଥିଲେ l ଡେରାକୁମ୍ପା ଗାଁର ଫୁଲବାଣୀ ଗୋଚ୍ଛାପଡ଼ା ରାସ୍ତା ର ମୁଖ୍ୟ ରାସ୍ତାରେ ଏକ ତେନ୍ତୁଳି ଗଛ ର ବଡ଼ ଡାଳ ପଡିବାରୁ ରାସ୍ତା ଅବରୋଧ ହୋଇଥିଲା ଓ ଗଛ କାଟିବା ପରେ ରାସ୍ତା ସଫା ହୋଇ ଥିଲା l ପବିଙ୍ଗିଆ ପଞ୍ଚାୟତ ର ତବିନ ପଦର ଗାଁ ରାସ୍ତାରେ ପ୍ରବଳ ବର୍ଷା ପବନ ଯୋଗୁଁ ଗଛ ପଡ଼ି ବିଦ୍ୟୁତ ଖୁଣ୍ଟ ଭାଙ୍ଗିବାରୁ ବିଦ୍ୟୁତ ସରୋବରାହ ବନ୍ଦ ହୋଇଛି ଓ ବିଦୂତ ଖୁଣ୍ଟ ରୁ ତାର ଝୁଲି ରହିଛି ପବିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ତବିନିପଦର ଗ୍ରାମରେ ବିଳମ୍ବିତ ରାତିରେ ବିଦ୍ୟୁତ୍ ଖୁଣ୍ଟ ଭାଗୀ ବା ବିରାଟ କାୟା ଗଛ ରାସ୍ତା ପଡିଚି ପବିଙ୍ଗିଆ ସରପଞ୍ଚ ଲାଲମୋହନ କହଁର ଉପସ୍ଥିତ ରେ କରାଗଲା ଏଭଳି ଫିରିଙ୍ଗିଆ ବ୍ଲକ ରେ ବିଭିନ୍ନ ସ୍ଥାନରେ ବହୁ କ୍ଷୟ କ୍ଷତି ହୋଇଥିବା ମଧ୍ୟ ସୂଚନା ମିଳିଛି l
