ବଜ୍ରପାତରେ ୯ ଟି ଗାଈଙ୍କର ମୃତ୍ୟୁ
କାମାକ୍ଷାନଗର, -କାମାକ୍ଷାନଗର ଥାନା ଅନ୍ତର୍ଗତ କାଦୁଆ ଗ୍ରାମରେ ରବିବାର ଅପରାହ୍ନ ରେ ବଜ୍ରପାତ ହେବାରୁ ୯ ଗୋଟି ଗାଈଙ୍କର ମୃତ୍ୟୁ ହୋଇଛି l ରବିବାର କାଦୁଆ ଗ୍ରାମର ଗାଈ ପଡିଆରେ ଚରୁଥିଲେ l ଅପରାହ୍ନରେ ବଜ୍ରପାତ ଘଟିବାରୁ ଚରୁଥିବା ଗାଈ ମାନଙ୍କ ମଧ୍ୟରୁ ୯ ଗୋଟି ଗାଈଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି l ଗ୍ରାମର ସତ୍ୟାନନ୍ଦ ଦେହୁରୀ ଙ୍କର ୪ ଗୋଟି, ନାତୋଷ ଦେହୁରୀଙ୍କର ୨ ଗୋଟି, ନର ଦେହୁରୀଙ୍କର ୨ ଗୋଟି ଏବଂ ପ୍ରକାଶ ଦେହୁରୀ ଙ୍କର ଗୋଟିଏ ଗାଈ ବୋଲି ଜଣାଯାଇଛି l ସରକାରଙ୍କ ପକ୍ଷରୁ ଗାଈ ମାଲିକଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ସକାଶେ ଗ୍ରାମବାସୀଙ୍କ ମଧ୍ୟରେ ଦାବି ହୋଇଛି l
