ତୁଳଙ୍ଗ ରେ ପାଇପ ପାଣି ରୁ ବାହାରୁଛି ଜିଆ ଗୋଳିଆ ବଲି !ଲୋକେ ରୋଗରେ ହେଉଛନ୍ତି ହନ୍ତସନ୍ତ !

ତୁଳଙ୍ଗ ରେ ପାଇପ ପାଣି ରୁ ବାହାରୁଛି ଜିଆ ଗୋଳିଆ ବାଲି !ଲୋକେ ରୋଗରେ ହେଉଛନ୍ତି ହନ୍ତସନ୍ତ !ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ତୁଳଙ୍ଗ ପଞ୍ଚାୟତ ରେ ଥିବା ବସୁଧା ଯୋଗନା ମାଧ୍ୟମରେ ଲୋକଙ୍କୁ ସରକାର ଘରେ ଘରେ ଦେଇଛନ୍ତି ପିଇବା ପାଣି । କିନ୍ତୁ ବାସ୍ତବରେ ସେଇ ପାଣି ବ୍ୟବହାର କରି କେତେ ଯେ ରୋଗ ବୈରାଗ ହେଉଛି ତାହା ସରକାର ଙ୍କୁ ଜଣାନାହିଁ । ଏଭଳି ଅଭାବନିୟ ଘଟଣା ଦେଖିବାକୁ ମିଳିଛି ତୁଳଙ୍ଗ ପଞ୍ଚାୟତ ରୁ ପାଣି ସପ୍ଲାୟ ହେଉଥିବା ବିଭିନ୍ନ ଗ୍ରାମ ମାନଙ୍କରେ । କେଉଁଠି ଜିଆ ବାହାରିଲାଣି ତ ଆଉ କେଉଁଠି ପାଣି ମିଶା ପଙ୍କ ଆଉ କୋଉଠି ପୋକ । ବାରମ୍ବାର ସ୍ତାନୀୟ ଲୋକ ଅଭିଯୋଗ କଲେ ମଧ୍ୟ ଶୁଣୁନି ପ୍ରଶାସନ । ସେହିପରି ଆଜକୁ ଆଠ ମାସ ହେଲା ତୁଳଙ୍ଗ ବସୁଧା ଯୋଗନା ପମ୍ପ ହାଉସ ପାଖରେ ପାଇପ ଫାଟି ସେହି ବାଟଦେଇ ବହୁ ଅଳିଆ ଆବର୍ଜନା ଲୋକଙ୍କ ଘରକୁ ଯାଉଥିବା ବେଳେ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗର ଏଥିପ୍ରତି ନଜର ନାହିଁ । ଏହି ପାଣି କେବଳ ଗୋଟିଏ ପଞ୍ଚାୟତ ରେ ସୀମିତ ନଥିବା ବେଳେ ଏହାର ଆଖପାଖ ଗରାମ ପ ଜଗନ୍ନାଥପୁର ପଞ୍ଚାୟତ ରେ ମଧ୍ୟ ଏଭଳି ଅବସ୍ଥା ଦେଖିବାକୁ ମିଳିଛି ।କିଛି ଉପାୟ ନପାଇ ତୁଳଙ୍ଗ ଗ୍ରାମର କିଛି ବାସିନ୍ଦା ବସୁଧା ଗ୍ରାହକ ସେବା କେନ୍ଦ୍ର କୁ ଫୋନ କରି ଅଭିଯୋଗ ନଂ RWSS215462 ରେ ରେଜିଷ୍ଟ୍ରେସନ କରିଥିଲେ ମଧ୍ୟ ପାନୀୟ ଜଳ ବିଭାଗ ଏହା ଉପରେ କିଛି ପଦକ୍ଷେପ ନ ନେବା ପରେ ଏବେ ସ୍ଥାନୀୟ ଅଞ୍ଚଳରେ ଚାପା ଉତେଜନା ଦେଖା ଦେଇଛି ।

Leave a Reply

Your email address will not be published. Required fields are marked *