ବିକଶିତ ଭାରତ ବିଲ୍ଡଥନ 2025

ବିକଶିତ ଭାରତ ବିଲ୍ଡଥନ 2025କୁ ମିଳିଲା ଅଭୂତପୂର୍ବ ପ୍ରତିକ୍ରିୟା

ଆତ୍ମନିର୍ଭର ଭାରତ ପାଇଁ ବିଲ୍ଡଥନରେ ଭାଗ ନେବା ଲାଗି ଯୁବ ଉଦ୍ଭାବକମାନଙ୍କୁ ଅନୁପ୍ରାଣିତ କଲେ ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳା

ନୀତି ଆୟୋଗର ଅଟଳ ଇନୋଭେସନ ମିଶନ ସହଭାଗିତାରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ କରାଯାଇଥିବା ବିକଶିତ ଭାରତ ବିଲ୍ଡଥନ 2025 କାର୍ଯ୍ୟକ୍ରମକୁ ଛାତ୍ରଛାତ୍ରୀଙ୍କ ଠାରୁ ଅଭୂତପୂର୍ବ ପ୍ରତିକ୍ରିୟା ମିଳିଛି। ଏଥିରେ ସାରା ଦେଶରୁ ଅଢ଼େଇ ଲକ୍ଷ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ଏହା ହେଉଛି ଭାରତର ସବୁଠୁ ବଡ଼ ବିଦ୍ୟାର୍ଥୀ ନବସୃଜନ କାର୍ଯ୍ୟକ୍ରମ ଏବଂ ଏହା ବିକଶିତ ଭାରତ ସଂକଳ୍ପକୁ ସାକାର କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ।
ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପ୍ଟେନ, ଟେଷ୍ଟ ପାଇଲଟ୍‌ ଏବଂ ଇସ୍ରୋ ମହାକାଶଚାରୀ ତଥା ବିକଶିତ ଭାରତ ବିଲ୍ଡଥନର ବ୍ରାଣ୍ଡ ଆମ୍ବାସାଡର ଶୁଭାଂଶୁ ଶୁକ୍ଳା ତାଙ୍କ ଭିଡିଓ ବାର୍ତ୍ତାରେ ଛାତ୍ରଛାତ୍ରୀମାନଙ୍କୁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଏବଂ ଆତ୍ମନିର୍ଭର ଭାରତରେ ଯୋଗଦାନ ଦେବାକୁ ଅନୁରୋଧ କରିଥିଲେ। ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ବିଲ୍ଡଥନ୍ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପାଇଁ ସୃଜନଶୀଳତା ପ୍ରଦର୍ଶନ କରିବା ପାଇଁ ଏକ ଅନନ୍ୟ ମଞ୍ଚ ପ୍ରଦାନ କରିଥାଏ। ସେ କହିଥିଲେ, ପ୍ରତ୍ୟେକ ଧାରଣା, ବଡ଼ ହେଉ କିମ୍ବା ଛୋଟ, ବିକଶିତ ଭାରତ 2047 ଗଠନ କରିବାରେ ସାହାଯ୍ୟ କରିପାରିବ। ଛାତ୍ରଛାତ୍ରୀ ସୃଜନଶୀଳ ଭାବରେ ଚିନ୍ତା କରିବା ଉଚିତ ଏବଂ ଭୋକାଲ୍ ଫର୍ ଲୋକାଲ ସମେତ ବାସ୍ତବ ଜୀବନର ଆହ୍ୱାନଗୁଡ଼ିକୁ ସମାଧାନ କରିବା ସହିତ ସ୍ୱଦେଶୀର ସମ୍ଭାବନାକୁ ଉପଯୋଗ କରିବା ପାଇଁ ପ୍ରୋଟୋଟାଇପ୍ ବିକଶିତ କରିବା ଉଚିତ।
ବିଦ୍ୟାଳୟଗୁଡ଼ିକ ଫଟୋ ଏବଂ ଭିଡିଓ ମାଧ୍ୟମରେ ଆବେଦନ ଦାଖଲ କରିବେ, ଯାହା ଏକ ବିଶେଷଜ୍ଞ ପ୍ୟାନେଲ ଦ୍ୱାରା ମୂଲ୍ୟାଙ୍କନ କରାଯିବ। ଶ୍ରେଷ୍ଠ ଦଳଗୁଡ଼ିକ ପାଇଁ ଏକ କୋଟି ଟଙ୍କାର ପୁରସ୍କାର ରାଶି ଧାର୍ଯ୍ୟ କରାଯାଇଛି।

Leave a Reply

Your email address will not be published. Required fields are marked *