ସତକର୍ମହିଁ ଜୀବନ, ଶାନ୍ତି ଓ ମୁକ୍ତିର ମାର୍ଗ l
ସତକର୍ମହିଁ ଜୀବନ, ଶାନ୍ତି ଓ ମୁକ୍ତିର ମାର୍ଗ l ସ୍ଥାନୀୟ ବୁଦ୍ଧ ମନ୍ଦିରରେ ବୋଧିଚକ୍ର ଆନୁକୂଲ୍ୟରେ ମାସିକ ଆଲୋଚନା ଚକ୍ର ” ବୌଦ୍ଧ ଦର୍ଶନରେ କର୍ମମୟ ଜୀବନ ଓ ଶାନ୍ତି ” ଶୀର୍ଷକ ଆଲୋଚନା ଚକ୍ର ସଭାପତି ଇଞ୍ଜିନିଅର ଗିରିଜା ଶଙ୍କର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ସଭାରେ ସେ କହିଲେ, କର୍ମମୟ ଜୀବନରେ ଶୀଳଯୁକ୍ତ ସତକର୍ମ ଓ ବିପlସନା ଧ୍ୟାନ ମାଧ୍ୟମରେ ମଣିଷ ଶାନ୍ତି ଓ ନିର୍ବାଣ ଲାଭ କରିପାରିବ l ପ୍ରାରମ୍ଭରେ ଉପlସକ ଉମେଶ ଚନ୍ଦ୍ର ଦାସ ବୁଦ୍ଧବନ୍ଦନା ଗlନ କରିଥିଲେ l ଉପସଭାପତି ଡ଼. ବଳରାମ ଦାଶ ସତକର୍ମହିଁ ଜୀବନ, ଶାନ୍ତି ଓ ମୁକ୍ତିର ମାର୍ଗ, ସମର୍ପଣ ଦ୍ୱାରା ଈଶ୍ବର ପ୍ରାପ୍ତି ବୋଲି ମତବ୍ୟକ୍ତ କରିଥିଲେ l ବରିଷ୍ଠ ଶିକ୍ଷlବିତ ପୂର୍ଣ୍ଣ ଚନ୍ଦ୍ର ସାହୁ ଧମ୍ମପଦର ଜରlବର୍ଗ ବ୍ୟାଖ୍ୟା କରିଥିଲେ l ଆଲୋଚନା ଚକ୍ରରେ କୃଷ୍ଣ ଚନ୍ଦ୍ର ତ୍ରିପାଠୀ, ନକୁଳ ଚରଣ ସ୍ୱାଇଁ, ରଂଜିତା ମହାପାତ୍ର, ରାଜ କିଶୋର ସାମଲ,ଏମ ପଦ୍ମିନୀ ପାତ୍ର, କୋଟେସ ପାତ୍ରପ୍ରମୁଖ ଉପସ୍ଥିତ ରହି ବୁଦ୍ଧ ଦର୍ଶନରେ ପ୍ରସଙ୍ଗୀକତl ସମ୍ପର୍କରେ ବ୍ୟାଖ୍ୟା କରିଥିଲେ l ଧନ୍ୟବାଦ ଅର୍ପଣ କରିଥିଲେ ଅଶୋକ କୁମାର ଅlଢିୟ l
