ଉତ୍ସର୍ଗ ନ୍ୟୁଜର ପ୍ରଥମ ସ୍ଵନକ୍ଷତ୍ର ଉତ୍ସବରେ କୁନିକୁନି ପିଲାଙ୍କୁ ବହି, ଖାତା, ପେନ ବଣ୍ଟନ

ଦଶପଲ୍ଲା : ଅଗ୍ରଣୀ ୱେବ ଚ୍ୟାନେଲ ଉତ୍ସର୍ଗ ନ୍ୟୁଜକୁ ଆଜି ୧ବର୍ଷ ପୂର୍ତ୍ତି ଅବସରରେ ଦଶପଲ୍ଲା ବ୍ଲକର କିଛି ଆଭ୍ୟନ୍ତରୀଣ ଅଞ୍ଚଳରେ କୁନିକୁନି ପିଲାଙ୍କୁ ବର୍ଣ୍ଣବୋଧ ବହି ଏବଂ ଖାତା,ପେନ ବଣ୍ଟନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଉତ୍କଳ ସାମ୍ବାଦିକ ମହାସଂଘ, ଓଡ଼ିଶାର ଗଣିଆ ଶାଖା କୋର୍ଡିନେଟର ତଥା ଦୈନିକ ଖବର କାଗଜ ସକାଳ ଗଣିଆ ବ୍ଲକ ପ୍ରତିନିଧି ଦେବୀ ପ୍ରସାଦ ଦାସ, ଦୈନିକ ଖବର କାଗଜ ହୀରାଞ୍ଚଳର ଦଶପଲ୍ଲା ପ୍ରତିନିଧି ରତ୍ନାକର ହୋତା, ଦୈନିକ ଖବର କାଗଜ ତୀର୍ଥକ୍ଷେତ୍ରର ଗଣିଆ ବ୍ଲକ ପ୍ରତିନିଧି ସାହେବ ସେନାପତି ପ୍ରମୁଖ ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମକୁ ଉତ୍ସର୍ଗ ନ୍ୟୁଜର ଷ୍ଟାଫ ଚିତ ରଞ୍ଜନ ମିଶ୍ର ପରିଚାଳନା କରିଥିବା ବେଳେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଉତ୍ସର୍ଗ ଫାଉଣ୍ଡେସନ

ଟ୍ରଷ୍ଟର ସଭ୍ୟ ବିଦ୍ୟାଧର ମୁଦୁଲି,ନିହାର ରଞ୍ଜନ ମହାନ୍ତି, ସନ୍ତୋଷ କୁମାର ସାହୁ, ନାରାୟଣ ସାହୁ, ମନ୍ମଥ କୁମାର ସାହୁ, ଚନ୍ଦନେଶ୍ୱର ଦାସ, ଚନ୍ଦ୍ର ଶେଖର ନାଏକ ପ୍ରମୁଖ ସହଯୋଗ କରିଥିଲେ।ଉତ୍ସର୍ଗ ନ୍ୟୁଜର ପ୍ରଥମ ସ୍ଵନକ୍ଷତ୍ର କୁ ନିଆରା ଭାବରେ ପାଳନ କରିଥିବାରୁ ଦେବୀ ପ୍ରସାଦ ଉତ୍ସର୍ଗ ନ୍ୟୁଜର ସମସ୍ତ କର୍ମକର୍ତା ଙ୍କୁ ଧନ୍ୟବାଦ ଦେବା ସହିତ ଉତ୍ସର୍ଗ ନ୍ୟୁଜର ଉତ୍ତରତ୍ତର କାମନା କରିଥିଲେ। ସାମ୍ବାଦିକ ରତ୍ନାକର ହୋତା ଉତ୍ସର୍ଗ ନ୍ୟୁଜ ତାହାର ପ୍ରଥମ ସ୍ଵନକ୍ଷତ୍ର ଉତ୍ସବ ଯେଉଁଭଳି ଭାବରେ ଦଶପଲ୍ଲା ବ୍ଲକର ଆଭ୍ୟନ୍ତରୀଣ ଅଞ୍ଚଳକୁ ଯାଇ କୁନିକୁନି ପିଲାମାନଙ୍କ ସହିତ ପାଳନ କରିଛି ନିଶ୍ଚିନ୍ତ ରୂପେ ଏହା ପ୍ରଶଂଶନୀୟ ଓ ସ୍ୱାଗତଯୋଗ୍ୟ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *