୪୦ ବର୍ଷରେ ତ୍ରିନାଥ ମହାପ୍ରଭୁଙ୍କ ବାର୍ଷିକ ପୂଜାଉତ୍ସବ*

ତିର୍ତ୍ତୋଲ: ତ୍ରିନାଥ ମହାପ୍ରଭୁ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱର ଙ୍କ ଫଟୋ ଚିତ୍ର ଦ୍ୱାରା ଅନେକ ସ୍ଥାନରେ ବା ଗୃହରେ ପୂଜା ପାଇଥାନ୍ତି, ହେଲେ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇବା ପ୍ରାୟତଃ ବିରଳ | ତ୍ରିନାଥ ମହାପ୍ରଭୁ ମୃଣ୍ମୟୀ ମୂର୍ତ୍ତି ରେ ପୂଜା ପାଉଛନ୍ତି ତାହା ପୁଣି ନିରବଛିନ୍ନ ଭାବେ ଦୀର୍ଘ ୪୦ ବର୍ଷ ଧରି | ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଆମ୍ବେରୀ ପଞ୍ଚାୟତ ଆମ୍ବେରୀ ଗ୍ରାମର ବ୍ରାହ୍ମଣସାହି ଠାରେ ଶ୍ରୀ ଶ୍ରୀ ତ୍ରିନାଥ ମହାପ୍ରଭୁଙ୍କ ୪୦ ତମ ବାର୍ଷିକ ପୂଜାଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଅଛି | ପ୍ରତିବର୍ଷ ଭଳି ଆଶ୍ୱିନ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ କଳସ ସ୍ଥାପନ ସହିତ ପୂଜା ଆରମ୍ଭ ହୋଇଯାଇଛି | ଏଠାରେ ଚାରି ଦିନ ବ୍ୟାପି ତ୍ରିନାଥ ମହାପ୍ରଭୁ ଙ୍କ ପୂଜା ଯଥା ଵିଧି ସମ୍ପନ୍ନ ହୋଇଥାଏ | ମହାପ୍ରଭୁ ଙ୍କ ନିକଟରେ ପ୍ରଥମ ସନ୍ଧ୍ୟାରେ କୁନି କୁନି ପିଲାମାନଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ବେଳେ ଦ୍ଵିତୀୟ ଏବଂ ତୃତୀୟ ସନ୍ଧ୍ୟାରେ ଭଜନ ସମାରୋହ ସହିତ ପ୍ରତ୍ୟହ ମଧ୍ୟାହ୍ନ ଏବଂ ରାତ୍ରି ରେ ପ୍ରସାଦ ସେବନ ବ୍ୟବସ୍ଥା ଆୟୋଜକ ମାନଙ୍କ ତରଫରୁ କରାଯାଇଥାଏ | ବ୍ରାହ୍ମଣ ସାହି ଏବଂ ଏହାର ନିକଟବର୍ତ୍ତୀ ଗ୍ରାମବାସୀ ମାନେ ଏହାକୁ ଏକ ଉତ୍ସବ ଭଳି ପାଳନ କରିଥାନ୍ତି | ମା’ସାତ ଭଉଣୀ ଗ୍ରୁପର ମିଳିତ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଥାଏ |

Leave a Reply

Your email address will not be published. Required fields are marked *