ଗଣପର୍ବ କାଳୀପୂଜା ପାଇଁ ପ୍ରଶାସନ ତରଫରୁ ପ୍ରସ୍ତୁତି ବୈଠକ

ବ୍ୟାସନଗର ସହରର ଗଣପର୍ବ କାଳୀପୂଜା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାସଦେବ ଟାଉନ ହଲରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁପ୍ରସନ୍ନ ମଲ୍ଲିକ, ଏସଡିପିଓ. ଲଷ୍ମୀଧର ସ୍ୱାଇଁ, ତହସିଲଦାର ଦେବାଶିଷ ରାଉତ, ନିର୍ବାହୀ ଅଧିକାରି ପ୍ରଦୀପ କୁମାର ପାଢ଼ୀ, ପୌର ପରିଷଦର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ବଳ ଓ ଯାଜପୁର ରୋଡ଼ ଥାନା ଅଧିକାରୀ ଆଶୀଷ ସାହୁ ଓ କୋରେଇ ଥାନା ଅଧିକାରୀ ରାକେଶ ତ୍ରିପାଠୀ ପ୍ରମୁଖ ଯୋଗଦେଇ ମା ଶ୍ୟାମା କାଳୀ ପୂଜାର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ l ବୈଠକରେ ଟ୍ରାଫିକ, ବିଦ୍ୟୁତ, ପାନୀୟ ଜଳ, ରାସ୍ତା ଓ ପରିମଳ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା l ଏହି ବୈଠକରେ ୧୮ଟି ପୂଜା କମିଟିର ସଭାପତି, ସମ୍ପାଦକ ଓ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ପୂଜା ସମୟରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ l ପ୍ରତେକ ମଣ୍ଡପରେ ସି ସି ଟିଭି ଲାଗିବା ବାଧ୍ୟତାମୂଳକ ହୋଇଥିବାବେଳେ ବିଶେଷ କରି ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯିବ ବୋଲି କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ ନନ୍ଦ କହିଛନ୍ତି । ଏହି କାଳୀ ପୂଜା ଆସନ୍ତା ଅକ୍ଟୋବର ମାସ ୨୦ ତାରିଖ ରୁ ଆରମ୍ଭ ହୋଇ ୩୧ ତାରିଖ ଦିନ ଭଷାଣି ଉତ୍ସବ ପାଳନ ହେବ ବୋଲି ବୈଠକ ରେ ନିଷ୍ପତି ନିଆଯାଇଛି lଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live

Leave a Reply

Your email address will not be published. Required fields are marked *