ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୧୪୮ ତମ ଜନ୍ମ ଜୟନ୍ତୀ

ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୧୪୮ ତମ ଜନ୍ମ ଜୟନ୍ତୀ ଭଦ୍ରକ ବିଜେଡ଼ି କାର୍ଯ୍ୟାଳୟ ସମ୍ମୁଖ ରେ ପାଳିତ ହୋଇଯାଇଛି।ଆଜି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୧୪୮ତମ ଜନ୍ମ ଜୟନ୍ତୀ ଭଦ୍ରକ ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ମହାସମାରୋହରେ ପାଳିତ ହୋଇଯାଇଛି। ବହୁ ବରିଷ୍ଠ ସଦସ୍ୟ କର୍ମୀ ଉପସ୍ଥିତ ରହି ଫୁଲ ଦେଇ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ। ପୂର୍ବତନ ଏମପି ମଞ୍ଜୁଲତା ମଣ୍ଡଳ, ଧାମନଗର ର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ଜିଲ୍ଲା ସଭାପତି ଜଗନ୍ନାଥ ସ୍ବାଇଁ, ବିଜେଡି ର ଜିଲ୍ଲା ଉପସଭାପତି ବିକାଶ ଶ୍ରେଷ୍ଠା ବିଜୁ ଜନତା ଦଳ, ଭଦ୍ରକ ନିର୍ବାଚନ ମଣ୍ଡଳୀ ତରଫରୁ ବିଜେଡ଼ି ଜିଲ୍ଲା କାର୍ଯ୍ୟାଳୟ ଠାରୁ ପଦଯାତ୍ରାରେ ବାହାରି ଡାହାଣୀଗଢ଼ିଆ ସ୍ଥିତ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ଏବଂ ସଂଧ୍ୟା ୬ ଘଟିକାରେ ଭଦ୍ରକ ପୌରାଞ୍ଚଳ ଡଗରା ସାହି(ଜଗନ୍ନାଥ ମନ୍ଦିର) ଠାରୁ ଚରମ୍ପା ଷ୍ଟେସନ ଛକ ପର୍ଯ୍ୟନ୍ତ“ଜନ ସମ୍ପର୍କ ପଦଯାତ୍ରା ଅଭିଯାନ – ୨୦୨୫” ର ଶୁଭାରମ୍ଭ ହୋଇ ଥିଲା ଏବଂ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *