ଉଦଳା ର ବରିଷ୍ଠ ସାମ୍ବାଦିକ ତଥା ଆଇନଜୀବୀ ଅରୁଣ ମହାନ୍ତି ଙ୍କ ପରଲୋକ

ଉଦଳା ତା ୯/୧0 ଉଦଳା ତଥା ମୟୂରଭଞ୍ଜ ଜିଲ୍ଲାର ଜଣେ ବରିଥା ସାମ୍ବାଦିକ ତଥା ଉଦଳା ଓକିଲ ସଙ୍ଘ ର ଜଣେ ସକ୍ରିୟ ସଦସ୍ୟ ଅରୁଣ କୁମାର ମହାନ୍ତି (ନିଲୁ ) ଆଜି ଅପରାହ୍ନ ୨ଘଟିକା ୩୫ମିନିଟ ସମୟ ରେ ପରଲୋକ ହୋଇଯାଇଛି l ସେ ପ୍ରଥମେ ଦୈନିକ ଖବର କାଗଜ ପ୍ରଜାତନ୍ତ୍ର ରେ ସାମ୍ବାଦିକତା କରିଥିଲେ l ପରେ ୨୦୦୪ ମସିହା ଠାରୁ ଓଡିଶା ର ପ୍ରତିଷ୍ଠିତ ଦୈନିକ ଖବର କାଗଜ “ସମାଜ “ଉଦଳା ର ପ୍ରତିନିଧି ଭାବରେ କାର୍ଯ୍ୟ କରି ଆସୁଥିଲେ l ତାଙ୍କର କଲମ ଚାଳନା ସୁବୁବେଳେ ସାମାଜିକ ସମସ୍ୟା , ସ୍ଥାନୀୟ ସମସ୍ୟା, ଓ ପ୍ରକୃତି ସମ୍ବନ୍ଧୀୟ ଉପରେ ଆଧାରିତ ଥିଲା l ବିଶେଷ କରି ମୟୂରଭଞ୍ଜ ଜିଲ୍ଲା ରେ ଥିବା ଶିମିଳିପାଳ ଅଭୟା ଅରଣ୍ୟ ର ସୁରକ୍ଷ୍ୟା ଉପରେ କଲମ ଚାଳନା କରି ଅଞ୍ଚଳ ତଥା ସାରା ମୟୁରଭଞ୍ଜ ରେ ଚର୍ଚ୍ଚା ରେ ବେଶ ନାମ କରିଥିଲେ l ଜଣେ ସ୍ୱାଭିମାନ, ଦୂରଦର୍ଶୀ, ମିଷ୍ଟଭାଷୀ, ଓ ଧାର୍ମିକ ବ୍ୟକ୍ତି ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ l ତାଙ୍କର କଲମ ଚାଳନା ଅତି ତୀକ୍ଷ୍ଣ ଥିବାରୁ ସେ ପୋଲିସ ଠାରୁ ପ୍ରସାଶନ ସବୁରି ମହଲ ରେ ନିଜର ପରିଚୟ ସୃଷ୍ଟି କରି ପାରିଥିଲେ l ସେ ଉଦଳା ସାମ୍ବାଦିକ ସଂଘର ସର୍ବୋଚ୍ଚ ବ୍ୟକ୍ତିତ୍ୱ ଥବା ସମୟରେ ଉଦଳା ପ୍ରେସ କ୍ଳବ ର ସଭାପତି ଭାବରେ ଦୀର୍ଘ ଦ୍ଦିନ ଧରି କାର୍ଯ୍ୟ ସୁଚାରୁ ରୂପେ ପରିଚାଳନା କରି ଆସୁଥିଲେ l ଶାରୀରିକ ଅସୁସ୍ଥତା କାରଣ ରୁ ଦୀର୍ଘ ୨ ମାସ ଧରି ଶଯ୍ୟାଶାୟୀ ଥିଲେ l ତାଙ୍କର ଶାରୀରିକ ଅସୁସ୍ଥତା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ବାରିପଦା ପି, ଆର, ଏମ ମେଡିକାଲ ରେ ଭର୍ତି କରାଯାଇଥିଲା l ଆଜି ପୁଣି ଅବସ୍ଥା ଅଧିକ ରୁ ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ କୁ ନେଉଥିବା ସମୟ ରେ ମୃତ୍ୟୁ ହୋଇ ଯାଇଛି l ତାଙ୍କର ପରଲୋକ ଖବର ପାଇବା ପରେ ପରେ ଉଦଳା ବିଜ୍ଞପିତ ଅଞ୍ଚଳ ପରିଷଦ ଅଂଚଳ , ତଥା ଉଦଳା ବ୍ଲକ, ଏପରିକି ସାରା ମୟୁରଭଞ୍ଜ ରେ ଶୋକ ର ଛାୟା ଖେଳି ଯାଇଛି l ବିଶେଷ କରି ବୁଦ୍ଧିଜୀବୀ ମହଲ ରେ ଜଣେ କର୍ମଠ ଆଇନ ଯିବି ଙ୍କୁ ହରାଇ ଥିବାରୁ ଆଇନ ଜିବି ଙ୍କ ମହଲ ରେ ଶୋକ ର ଛାୟା ଖେଳି ଯାଇଛି l

Leave a Reply

Your email address will not be published. Required fields are marked *