ଗୋପବନ୍ଧୁଙ୍କ ଜୟନ୍ତୀ

ରଘୁନାଥପୁର -ତା ୦୯:୧୦:-ନବନିର୍ମାଣ କୃଷକ ସଂଗଠନ ଜଗତସିଂହପୁର ତରଫରୁ ରାଜ୍ୟ ସହ ସଂଯୋଜକ ରଶ୍ମିରଞ୍ଜନ ସ୍ୱାଇଁଙ୍କ ନେତୃତ୍ୱରେ ଆଜି ଅକ୍ଟୋବର ୯ ତାରିଖ ପବିତ୍ର ଗୋପବନ୍ଧୁଙ୍କର ୧୪୯ ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳନ କରାଯାଇଅଛି। ଏହି ଅବସରରେ ରଘୁନାଥପୁର ବଜାର ସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀରେ ନବନିର୍ମାଣ କୃଷକ ସଂଗଠନର ନେତୃତ୍ବ ମାନଙ୍କ ଦ୍ଵାରା ମାଲ୍ୟାର୍ପଣ କରାଯାଇଥିଲା। ଏହାପରେ ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ କର୍ମକର୍ତ୍ତା ଦେବିପ୍ରସାଦ ମହାରଣାଙ୍କ ପରିଚାଳନାରେ ଗୋପବନ୍ଧୁଙ୍କ ସ୍ମୃତି ଚାରଣ ସଭା କରାଯାଇଥିଲା। ଏହି ସଭାରେ ରମାରଞ୍ଜନ ସ୍ବାଇଁ, ଶରତ ଚନ୍ଦ୍ର ମହାପାତ୍ର, ସୁରେନ୍ଦ୍ର ନାଥ ମହାରଣା, ନିଗମାନନ୍ଦ ଦାସ, ସ୍ନେହାନ୍ସୁ ଜେନା, ସନ୍ତୋଷ ପାତ୍ର, ଅସଗର ଅଲ୍ଲୀ, ସନ୍ତୋଷ କୁମାର ପ୍ରଧାନ, ଅନ୍ୟାନ୍ୟ ମହାପାତ୍ର ପ୍ରଭୃତି ଗୋପବନ୍ଧୁଙ୍କ ସ୍ମୃତି ଚାରଣ କରି ସାଂପ୍ରତିକ ସାମାଜିକ ସ୍ଥିତାବସ୍ଥାରେ ଗୋପବନ୍ଧୁଙ୍କ ଅତ୍ୟନ୍ତ ଆବଶ୍ୟକତାକୁ ପ୍ରତିପାଦନ କରିଥିଲେ।

କାରଣ ସରକାରୀ ଲୁଣ୍ଠନ, ଶୋଷଣ, ସରକାରୀ କାର୍ଯ୍ୟାଳୟରେ ଲାଞ୍ଚ କାରବାର ବୃଦ୍ଧି, ହିତାଧିକାରୀ ଚୟନରେ ପ୍ରଶାସନିକ ପକ୍ଷପାତିତା, ବଣ୍ଟନ ବ୍ୟବସ୍ଥାରେ ଅନିୟମିତତା, ସ୍ୱେଚ୍ଛାଚାରିତା ପ୍ରଭୃତି ସାମାଜିକ ସମୃଦ୍ଧିର ବାଧକ ସାଜୁଛି ଯାହା ଗୋପବନ୍ଧୁଙ୍କ ସ୍ବପ୍ନକୁ ଉପହାସ ସଦୃଶ।ସ୍ମୃତିଚାରଣ ସଭାପରେ ନବନିର୍ମାଣ କୃଷକ ସଂଗଠନର ନେତୃବୃନ୍ଦ, ରଘୁନାଥପୁର ବ୍ଲକ ଅଞ୍ଚଳର ଚାଷ, ଚାଷୀର ବିଭିନ୍ନ ସମସ୍ୟା, ସମାଧାନ ତଥା ରଘୁନାଥପୁର ବ୍ଲକ ଓ ଜଗତସିଂହପୁର ବ୍ଲକକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ପ୍ରଶସ୍ତିକରଣ ପ୍ରସଙ୍ଗରେ ତହସିଲଦାରଙ୍କ ସହିତ ଏକ ଘଣ୍ଟା କାଳ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *