ଧବଳଗିରି ମା କାଳୀ ମନ୍ଦିର କମିଟିକୁ ଜିଲ୍ଲା ପ୍ରଶାସନର ଅଣ ଦେଖା ଅଭିଯୋଗ,

ମା କାଳୀଙ୍କ ପ୍ରସ୍ତୁତି ବୈଠକୁ ଧବଳଗିରି ମା କାଳୀ ମନ୍ଦିର କମିଟିକୁ ଜିଲ୍ଲା ପ୍ରଶାସନର ଅଣ ଦେଖା ଅଭିଯୋଗ,ସମସ୍ତ ସହଯୋଗ ଯୋଗେଇ ଦେବାକୁ ସଦସ୍ୟଙ୍କ ଦାବି lଆସନ୍ତା ୨୦ ତାରିଖରୁ ବ୍ୟାସନଗର ପୌର ପରିଷଦର ଗଣ ପର୍ବ ମା କାଳୀଙ୍କ ପୂଜା ଆରମ୍ଭ ହେବ l ଏହି ପୂଜା କିଭଳି ଶାନ୍ତିଶୃଙ୍ଖଳାର ସହିତ ଶେଷ ହେବ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାସନଗର ସ୍ଥିତ ଟାଉନ ହଲରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି l ବୈଠକରେ ୧୮ ଟି ପୂଜା ମଣ୍ଡପର ସଭାପତି ଓ ସମ୍ପାଦକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପ୍ରସ୍ତୁତି ବୈଠକରେ ଯୋଗସେବାକୁ ନୋଟିସ ହେଇଥିଲା l ମାତ୍ର ଏଥିରୁ ବାଦ ପଡିଛି ଧବଳଗିରି ମା କାଳୀଙ୍କ ମନ୍ଦିର କମିଟି l ଆଜକୁ ୫୧ ବର୍ଷ ଧରି ଧବଳଗିରି ଅଞ୍ଚଳରେ ମା କାଳୀଙ୍କ ପୂଜା ହେଇ ଆସୁଛି l ତେବେ ଆଗରୁ ଏହି ସ୍ଥାନରେ ମାଟିରେ ମା ଙ୍କ ମୂର୍ତ୍ତି ନିର୍ମାଣ ହୋଇ ପୂଜା ହେଉଥିଲା l

ମାତ୍ର କିଛି ବର୍ଷ ହେବ ଏହି ସ୍ଥାନରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ମା କାଳୀଙ୍କ ମନ୍ଦିର ନିର୍ମାଣ କରାଯାଇ ମୂର୍ତ୍ତି ସ୍ଥାପନା କରାଯାଇ ପୂଜାର୍ଚନା ହେଉଛି l ପୂଜା ସମୟରେ ଏହି ମନ୍ଦିର କୁ ଶହ ଶହ ଭକ୍ତ ଦର୍ଶନ ପାଇଁ ଆସନ୍ତି l ମାତ୍ର ଏହି ମନ୍ଦିର ପ୍ରତି ପ୍ରଶାସନ ପକ୍ଷରୁ ଅଣଦେଖା କରାଯାଉଥୁବା ଆଜି ମନ୍ଦିର କମିଟି ପକ୍ଷରୁ ଅଭିଯୋଗ କରିଛନ୍ତି l ସବୁ କମିଟି ସଦସ୍ୟଙ୍କୁ ଡାକି ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କ ଅସୁବିଧା ଗୁଡିକ ସମାଧାନ କରାଯାଉଥୁବା ବେଳେ ଆମ କୁ କାହିଁ ପ୍ରଶାସନ ପ୍ରସ୍ତୁତି ବୈଠକକୁ ଡାକିଲା ନାହିଁ ତାହାକୁ ନେଇ ଆଜି ଗଣମାଧ୍ୟ୍ୟ ଆଗରେ ପ୍ରଶ୍ନ କରିଛନ୍ତି କମିଟି ସଦସ୍ୟ l ଏଥିସହିତ ଆମ କୁ ସମସ୍ତ ସରକାରୀ ସୁବିଧା ଯୋଗେଇ ଦେବାକୁ ଆଜି ଗଣମାଧ୍ୟମ ଆଗରେ ଜିଲ୍ଲା ପ୍ରଶାସନକୁ ଦାବି କରିଛନ୍ତି l

Leave a Reply

Your email address will not be published. Required fields are marked *