କୌଶଳ ବିକାଶ ଏବଂ ଉଦ୍ୟମିତା କ୍ଷେତ୍ରୀୟ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ଜନ ଶିକ୍ଷଣ ସଂସ୍ଥାନ

ସମସ୍ତ ମିଡ଼ିଆ ବନ୍ଧୁଗଣ
ସାଦର ପ୍ରଣାମ 🙏

କୌଶଳ ବିକାଶ ଏବଂ ଉଦ୍ୟମିତା କ୍ଷେତ୍ରୀୟ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ଜନ ଶିକ୍ଷଣ ସଂସ୍ଥାନ, ପୁରୀ ପରିଦର୍ଶନ

ତା ୯/୧୦/୨୦୨୫ ରିଖ ପୁରୀ ସର୍ବୋଦୟ ନଗର ସ୍ଥିତ ଦକ୍ଷତା ବିକାଶ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଜନ ଶିକ୍ଷଣ ସଂସ୍ଥାନ (ଜେ.ଏସ.ଏସ.) କୁ ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରାଳୟର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ଗୌତମ ଚନ୍ଦ୍ର ସାହା ଓ ସହ-ନିର୍ଦ୍ଦେଶକ ଶ୍ରୀ ସଂକେତ କୁମାର ସିନ୍ଧେ ପରିଦର୍ଶନ କରିଛନ୍ତି। କେନ୍ଦ୍ର ସରକାରଙ୍କ କୌଶଳ ବିକାଶ ଏବଂ ଉଦ୍ୟମିତା ମନ୍ତ୍ରାଳୟର ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ପ୍ରଶିକ୍ଷଣ ଅଗ୍ରଗତି ନେଇ ସମୀକ୍ଷା କରିଥିଲେ ଏବଂ ଜ଼ିଲ୍ଲାରେ ଆଡ଼ଭାନ୍ସ ଟ୍ରେନିଂ ପ୍ରସ୍ତୁତି ନେଇ ସୂଚନା ଦେଇଥିଲେ। ଏହି ଅବସରରେ ସଂସ୍ଥାନର ବିଭିର୍ନ୍ନ ପ୍ରଶିକ୍ଷଣ ଶିବିର ଯଥା ବିଉଟି ପାର୍ଲର, ହେୟାର ଡ୍ରେସର, ଡ୍ରେସ ମେକର, ଖାଦ୍ୟ ପ୍ରକିୟାକରଣ ଟ୍ରେନିଂ ହଲ ଗୁଡିକ ବୁଲି ଦେଖିଥିଲେ ତତ ସହିତ ପ୍ରଶିକ୍ଷକ ଏବଂ ପ୍ରଶିକ୍ଷାର୍ଥୀ ମାନଙ୍କୁ ଶିକ୍ଷଣ ବିଷୟବସ୍ତୁ ଏବଂ ପରବର୍ତୀ କାର୍ଯ୍ୟପନ୍ଥା, ନିଯୁକ୍ତି,ଉଦ୍ୟଗ ସ୍ଥାପନ ନେଇ ପ୍ରସ୍ତୁତି ପଦକ୍ଷେପ ଉପରେ ପଚାରି ବୁଝିଥିଲେ । ଜେ.ଏସ.ଏସ. ପୁରୀ ତରଫ ରୁ ଉଭୟ ଅଧିକାରୀ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ମଧ୍ୟାହ୍ନରେ
ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରି ଶ୍ରୀମହାପ୍ରସାଦ ସେବନ କରି ଫେରିଯାଇଥିଲେ। କାର୍ଯ୍ୟକ୍ରମ ରେ ଜନ ଶିକ୍ଷଣ ସଂସ୍ଥାନ, ପୁରୀର ନିର୍ଦ୍ଦେଶକ ଶ୍ରୀ ଜ୍ଞାନ ବିକାଶ ଗଜେନ୍ଦ୍ର, ପ୍ରୋଗ୍ରାମ ଅଫିସର ଶଶିଭୂଷଣ ଦତ୍ତ, ସହଯୋଗୀ ପ୍ରୋଗ୍ରାମ ଅଫିସର ନିକି ପ୍ରଧାନ, କର୍ମଚାରୀ ପ୍ରତାପ ବେହେରା, ଜୀବନଜୀତା ଦାସ, ବାଦଲ ପରିଡା, ୬ ଜଣ ପ୍ରଶିକ୍ଷକ ଏବଂ ୧୧୮ ଜଣ ପ୍ରଶିକ୍ଷାର୍ଥୀ ଉପସ୍ଥିତ ଥିଲେ I

Leave a Reply

Your email address will not be published. Required fields are marked *