ଏକ ମାସରେ ପୁରୀ ପୋଲିସ ଦ୍ୱାରା ୧୬ ନିଖୋଜ ନାବାଳିକା ଓ ଶିଶୁ ଉଦ୍ଧାର
ପୁରୀ ପୋଲିସ ନାବାଳିକା ନିଖୋଜ ଓ ଛୁଆମାନଙ୍କ ଉଦ୍ଧାର ପାଇଁ ଲାଗାତାର ଭାବରେ ଅଭିଯାନ ଜାରି ରଖିଛନ୍ତି। ପୁରୀ ଟାଉନ ଥାନା ରେ ୨୨.୯.୨୦୨୫ ରେ କେସ ନମ୍ବର ୪୭୮/୨୫ ରେ ଗୋଟିଏ ନାବାଳିକା ଝିଅ ନିଖୋଜ ହୋଇଥିବା ଅଭିଯୋଗ ରଜିଷ୍ଟ୍ର ହୋଇଥିଲା।ଘଟଣା ଥାନାକୁ ନଜର ଆସିବା ପରେ, ପୁରୀ ଟାଉନ ପୋଲିସ ତତ୍କ୍ଷଣାତ ତଦନ୍ତ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଲାଗାତାର ରେଡ୍ କରିଛନ୍ତି। ଅନେକ ଚେଷ୍ଟା ଓ ଅନୁସନ୍ଧାନ ପରେ, ନାବାଳିକାକୁ ଆଜି କଟକ ରୁ ଉଦ୍ଧାର କରାଯାଇଛି।ଏହି ଅଭିଯାନରେ ଟାଉନ ପୋଲିସ ଟିମ୍ ର ସଚେତନ ଓ ଦୃଢ଼ ପ୍ରୟାସ ଫଳରୂପ ଏହି ସଫଳତା ମିଳିଛି। ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି।*ଏକ ମାସରେ ପୁରୀ ପୋଲିସ ଦ୍ୱାରା ୧୬ ନିଖୋଜ ନାବାଳିକା ଓ ଶିଶୁ ଉଦ୍ଧାର*ଗତ ୧ ମାସରେ ପୁରୀ ପୋଲିସ ଦ୍ୱାରା ୧୫ ଜଣ ନାବାଳିକା ଓ ୧ ଜଣ ଛୋଟ ଛୁଆ ଉଦ୍ଧାର କରାଯାଇଛନ୍ତି।ଏହି ସଫଳତା ଜିଲ୍ଲାର ସମସ୍ତ ଥାନାର ପ୍ରୟାସ ଓ ଗଭୀର ତଦନ୍ତର ପରିଣାମ ରେ ଘଟିଛି।ଉଦ୍ଧାର ହୋଇଥିବା ଅପୃକ୍ତମାନଙ୍କ ସଂଖ୍ୟା – ଥାନା ଅନୁସାରେ:ସି ବିଚ୍ ପୋଲିସ ଷ୍ଟେସନ୍ – ୨ ଝିଅବଳଙ୍ଗା ପୋଲିସ ଷ୍ଟେସନ୍ – ୨ ଝିଅବ୍ରହ୍ମଗିରି ପୋଲିସ ଷ୍ଟେସନ୍ – ୧ ଝିଅ ଓ ୧ ଛୋଟ ଛୁଆଗୋପ ପୋଲିସ ଷ୍ଟେସନ୍ – ୧ ଝିଅଗଡ଼ିଶାଗୋଦା ପୋଲିସ ଷ୍ଟେସନ୍ – ୧ ଝିଅରାମଚଣ୍ଡୀ ପୋଲିସ ଷ୍ଟେସନ୍ – ୧ ଝିଅକୃଷ୍ଣପ୍ରସାଦ ପୋଲିସ ଷ୍ଟେସନ୍ – ୧ ଝିଅପିପିଲି ପୋଲିସ ଷ୍ଟେସନ୍ – ୧ ଝିଅକୁମ୍ଭରପଡା ପୋଲିସ ଷ୍ଟେସନ୍ – ୩ ଝିଅଟାଉନ ପୋଲିସ ଷ୍ଟେସନ୍ – ୨ ଝିଅପୁରୀ ଜିଲ୍ଲା ପୋଲିସ ସମସ୍ତ ନିଖୋଜ ମାମଲାକୁ ଗଭୀର ଗୁରୁତ୍ୱ ସହ ନେଇ ଅଭିଭାବକମାନଙ୍କ ସହ ଯୋଗାଯୋଗ, ସାଇବର ଟ୍ରାକିଂ, ସୋସିଆଲ୍ ମିଡିଆ ଅନୁସନ୍ଧାନ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ଟିମ୍ ପଠାଇ ଅଭିଯାନ ଚାଲାଇଛି।ସମାଜିକ ସଚେତନତା ବିନା ଏହି ଅଭିଯାନ ସଫଳ ହୋଇପାରିବ ନାହିଁ। ତେଣୁ ଜନସାଧାରଣଙ୍କୁ ଅନୁରୋଧ — ନିଖୋଜ ଘଟଣା ସମ୍ପର୍କରେ ଯେକୌଣସି ସନ୍ଦେହଜନକ ତଥ୍ୟ ଥିଲେ, ନିକଟସ୍ଥ ଥାନା କିମ୍ବା ୧୧୨ ନମ୍ବରକୁ ତତ୍କ୍ଷଣାତ ଜଣାଇବେ। ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂ କହିଛନ୍ତି, “ନାବାଳିକା ନିଖୋଜ ଝିଅମାନଙ୍କ ଉଦ୍ଧାର ଆମ ମୁଖ୍ୟ ପ୍ରାଥମିକତା। ପୋଲିସ ର ଏହି ଲାଗାତାର ପ୍ରୟାସ ଆଗକୁ ମଧ୍ୟ ଜାରି ରହିବ। ପୁରୀ ଜିଲ୍ଲାକୁ ନିଖୋଜ ନାବାଳିକା ଶୂନ୍ୟ ଜିଲ୍ଲା କରିବା ଆମ ଲକ୍ଷ୍ୟ।”ପୁରୀ ପୋଲିସ – ସୁରକ୍ଷିତ ଶିଶୁ, ସୁସ୍ଥ ସମାଜ ପାଇଁ ଆପଣଙ୍କ ସହଯୋଗ ଆବଶ୍ୟକ।
