ଭଦ୍ରକ ପରିସରରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ରାଷ୍ଟ୍ରୀୟ କୃଷି ବିଜ୍ଞାନ ପରିସର, ନୂଆଦିଲ୍ଲୀ ଠାରେ ଉଦଘାଟିତ
ରାଣୀତାଲ, ଭଦ୍ରକ ତା ୧୧.୧୦.୨୫ ରିଖ କୃଷି ବିଜ୍ଞାନ କେନ୍ଦ୍ର ରାନିତାଲ, ଭଦ୍ରକ ପରିସରରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ରାଷ୍ଟ୍ରୀୟ କୃଷି ବିଜ୍ଞାନ ପରିସର, ନୂଆଦିଲ୍ଲୀ ଠାରେ ଉଦଘାଟିତ ହୋଇଥିବା ଅର୍ଣଦାତାଙ୍କ ସମ୍ମାନ, ସମ୍ବୃଦ୍ଧ ରାଷ୍ଟ୍ରର ନିର୍ମାଣ କାର୍ଯ୍ୟକ୍ରମ ସିଧା ପ୍ରସାରଣ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ଚାଷୀଭାଇ ଓ ଭଉଣୀ ମାନଙ୍କ ପାଇଁ ସରକାର 42000 କୋଟି ରୁ ଉର୍ଦ୍ଧ କୃଷି ଯୋଜନା ଚାଷୀ ମାନଙ୍କ ଉଦ୍ଦେଶ୍ୟ ରେ ମାନ୍ୟବର ପ୍ରଧାମନ୍ତ୍ରୀ ଉପହାର ଘୋଷଣା କରିଥିଲେ। ମୁଖ୍ୟତଃ ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା ଏବଂ ଡାଲି ଜାତୀୟ ଫସଲ ର ଆତ୍ମ ନିର୍ଭରତା ମିଶନ ର ଶୁଭାରମ୍ଭ ଏବଂ କୃଷି ଭିତି ଭୂମି ପାଣି, ପ୍ରାଣୀ ପାଳନ, ମତ୍ସ୍ୟ ଚାଷ ଏଵଂ ଅନ୍ୟ ପ୍ରକ୍ରିୟା କରଣ ର 1100 ରୁ ଉର୍ଦ୍ଧ ଯୋଜନା ର ଉଦ୍ଘାଟନ ଏବଂ ଶିଳାନ୍ୟାସ କରିଥିଲେ। ଉକ୍ତ ଉଦ୍ଘାଟନ ଉତ୍ସବ କୁ କୃଷି ବିଜ୍ଞାନ କେନ୍ଦ୍ର, ରଣିତାଲ ପରିସରରେ 400 ରୁ ଉର୍ଦ୍ଧ ଚାଷୀ ଭାଇ ଭଉଣୀ ଓ 50 ରୁ ଅଧିକ ବିଭିନ୍ନ ସଂସ୍ଥା ର ଅଧିକାରୀ ମାନେ

ସିଧାସଳଖ ପ୍ରସାରଣ କାର୍ଯକ୍ରମ ରେ ଯୋଗଦାନ କରି କାର୍ଯ କ୍ରମ କୁ ଉପଭୋଗ କରିଥିଲେ ଉକ୍ତ କାର୍ଯ୍ୟକ୍ରମ ରେ ଭଦ୍ରକ ସାଂସଦ ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀ, ଭଦ୍ରକ ଜିଲ୍ଲାର ଜିଲ୍ଲାପାଳ ଶ୍ରୀଯୁକ୍ତ ଦିଲ୍ଲୀପ ରାଉତରାୟ, ଉଚ୍ଚ ଶିକ୍ଷ୍ୟା ମନ୍ତ୍ରୀ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଭଗବାନ ପଣ୍ଡା, ଆଞ୍ଚଳିକ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଡ. ବିଶ୍ବରଂଜନ ନାୟକ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଦ୍ୟିଜବର ସେଠୀ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଯୋଗଦାନ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ beyganika ଡ. ସଞ୍ଜୟ କୁମାର ମହାନ୍ତି କାର୍ଯ୍ୟ କ୍ରମ ପରିଚାଳନା ଓ ଧନ୍ୟ ବାଦ ପ୍ରଦାନ କରିଥିଲେ ।
