ପଲ୍ଲୀ କାଟେଣୀରେ ଲକ୍ଷ୍ମୀଙ୍କ ଭସାଣି

କାମାକ୍ଷାନଗର, -କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କାନପୁରା ପଞ୍ଚାୟତ ର ପଲ୍ଲୀ କାଟେଣୀ ଗ୍ରାମରେ ମା ଧନ ଦାତ୍ରୀଙ୍କର ଯଥାବିଧି ପୂଜାର୍ଚନା ପରେ ଶୁକ୍ରବାର ରାତି ବିସର୍ଜନ କରାଯାଇଛି ଳ କୁମାର ପୂର୍ଣ୍ଣିମା ତିଥି ଠାରୁ ଧନଦାତ୍ରୀ ମା ଲକ୍ଷ୍ମୀଙ୍କର ମୃଣ୍ମୟୀ ମୂର୍ତ୍ତି ସ୍ଥାପନ କରାଯାଇ ଯଥାବିଧି ପୂଜାର୍ଚନା ଆରମ୍ଭ ହୋଇଥିଲା l ପ୍ରତ୍ୟହ ବିଶିଷ୍ଟ ପଣ୍ଡିତଙ୍କ ଦ୍ୱାରା ସୂର୍ଯ୍ୟ ପୂଜା, ଗୋ ପୂଜା ପରେ ଯଥାବିଧି ପୂଜାର୍ଚନା କରାଯାଇ ହୋମ ଯଜ୍ଞ ଅନୁଷ୍ଠିତ ହେଉଥିଲା ବେଳେ ଗତ ଗୁରୁବାର ଦିନ ମହାପୂଜା ରେ ସାହସ୍ରାଧିକ ଭକ୍ତ ପ୍ରସାଦ ସେବନ କରିଥିଲେ l ପ୍ରତ୍ୟହ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିବା ବେଳେ ଆଖପାଖ ଗ୍ରାମରୁ ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗି ରହିଥିଲା l ଶୁକ୍ରବାର କମିଟିର ସଦସ୍ୟ ମାନଙ୍କ ଦ୍ୱାରା ଶାନ୍ତି ଓ ଶୃଙ୍ଖଳାର ସହିତ ଏକ ସକଭାଯାତ୍ରା ରେ ମା ଲକ୍ଷ୍ମୀଙ୍କ ମୃଣ୍ମୟୀ ମୂର୍ତ୍ତିକୁ ନିଆଯାଇ ସନ୍ନିକଟ ରେଙ୍ଗାଳି କେନାଲରେ ଭସାଣ କରାଯାଇଥିଲା l

Leave a Reply

Your email address will not be published. Required fields are marked *