ପୁରୀ କାର୍ଯ୍ୟାଳୟ ରେ ପି.ଏମ ବିଶ୍ୱକର୍ମା ଓ ସ୍କିଲ ହବ
୧୧/୧୦/୨୦୧୫ ରିଖ ଦିବା ୧୧ ଘଟିକା ସମୟରେ ଜନ ଶିକ୍ଷଣ ସଂସ୍ଥାନ, ପୁରୀ କାର୍ଯ୍ୟାଳୟ ରେ ଭାରତ ସରକାର ଙ୍କର ତରଫରୁ ପିଏମ ବିଶ୍ୱକର୍ମା ଓ ସ୍କିଲ ହବ ର ମିଳିତ ଅIନୁକୂଲ୍ୟ ରେ ଅରୁଣ ଜେଟଲୀ ଅIନ୍ତର୍ଜାତୀୟ ସର୍ଭେକାରି ସଂସ୍ଥା ତରଫରୁ ଆଶିଷ କୁମାର ସିଂ ଓ ଚିତ୍ତରଞ୍ଜନ ସହାୟ ବିଭିର୍ଣ୍ଣ ହିତାଧିକାରୀ ମାନଙ୍କର ପିଏମ ବିଶ୍ୱକର୍ମାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ର ସମୀକ୍ଷା କରିଥିଲେ I ବର୍ତ୍ତମାନ ସେମାନଙ୍କର ସ୍ଥିତି ,ନିଯୁକ୍ତି , ପ୍ରଶିକ୍ଷଣ ପରବର୍ତୀ ସୁବିଧା ଆଦି ବିଷୟରେ ହିତାଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ ତତ ସହିତ କେତେକ ପ୍ରଶିକ୍ଷାର୍ଥୀ କିଭଳି ସେମାନଙ୍କର ଟୁଲକୀଟ ପାଇପାରିବେ ଓ କିଭଳି ଭାବରେ ବିଭିର୍ଣ୍ଣ ବ୍ୟାଙ୍କ ସହିତ ଯୋଗାଯୋଗ କରି ହିତାଧିକାରୀ ଋଣ ପାଇପାରିବେ ଓ ସେମାନଙ୍କର ଦକ୍ଷତାକୁ ବୃଦ୍ଧି କରି ଅଧିକ ସ୍ୱାବଲମ୍ବନସିଳ ହୋଇପାରିବେ ସେ ବିଷୟରେ ଆଲୋଚନା କରିଥିଲେ I ସେହିଭଳି ଭାବେ ଷ୍ଟେସନ ରୋଡ ଉପସ୍ଥିତ ମୁନା ସେଲୁନ, ଅବକାଶ ଲେନ ସୌମ୍ୟା ମେକଓଭର , ମଙ୍ଗଳାଘାଟ ସ୍ଥିତ ଦ ପର୍ଲ ବିୟୁଟି ବାର, ସ୍ପା ଏବଂ ମଙ୍ଗଳାଘାଟ ସ୍ତିତ ବବିନି ବୁଟୀକ ଆଦି ପ୍ରଶିକ୍ଷଣ ଶିବିର ପରିଦର୍ଶନ କରିଥିଲେ I
