ସ୍ବର୍ଗତ ବ୍ରହ୍ମlନନ୍ଦ ଜେନାଙ୍କ ଭିତରେଥିଲା ଅଦମ୍ୟସାହସ ତାଙ୍କ ଆଦର୍ଶ ସମସ୍ତଙ୍କ ପାଇଁ ପ୍ରେରଣା ଦାୟୀ ହେଉ
Date-11/10/25*- ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ବାଇଶି ମୌଜା ବାସନ୍ଦରା ଗ୍ରାମର ସ୍ବର୍ଗତ ବ୍ରହ୍ମାନନ୍ଦ ଜେନା ଙ୍କ ମଧ୍ୟରେ ଥିଲା ଅଦମ୍ୟ ସାହସ l ସେ ଅନ୍ୟାୟକୁ ଆଦୌ ବରଦାସ୍ତ କରନ୍ତି ନାହିଁ l ମୁହେଁ ମୁହେଁ ସମସ୍ତଙ୍କୁ ଜବାବ ଦେବା ଏମିତିକି ଦୁର୍ନୀତି ଖୋର ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ବିରୁଦ୍ଧରେ ଲଢ଼େଇ କରିବା ପ୍ରତିଦିନିଆ କାର୍ଯ୍ୟ ଥିଲା l ତାଙ୍କର ଆଦର୍ଶ ଯୁବପିଢିଙ୍କ ପାଇଁ ପ୍ରେରଣା ଦାୟୀ ହେଉ ବୋଲି ସ୍ବର୍ଗତ ଜେନାଙ୍କ ଦ୍ୱାଦଶ ସ୍ମୃତି ଚାରଣ ସଭାରେ ବହଃ ମାନ୍ୟଗନ୍ୟ ବ୍ୟକ୍ତି ଯୋଗ ଦେଇ ମତ ରଖି ଥିଲେ l ଦୁଇନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟ ଚନ୍ଦ୍ରଶେଖର ଦାଶ ଙ୍କ ପୌରହିତରେ ଅନୁଷ୍ଠିତ ସ୍ମୃତି ସଭାକୁ ତିର୍ତୋଲ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଆଇନିଜିବି ରାଜକିଶୋର ବେହେରା ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ l ଏଥିରେ ରେ ପୂର୍ବତନ ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର, ନନ୍ଦକିଶୋର ବସ୍ତିଆ,ନୃସିଂହ କୁମାର ଦାଶ, ନେତ୍ରାନନ୍ଦ ପାତ୍ର,ସମାଜସେବୀ ଅରୁଣ କୁମାର ଦାସ, ଶ୍ୟାମାସୁନ୍ଦର ପାଇକରାୟ,ରବୀନ୍ଦ୍ର କୁମାର ସାହୁ,ନିକୁଞ୍ଜ ବିହାରୀ ଭଞ୍ଜ,ପୂରଣ ସରପଞ୍ଚ ଯୁଧଷ୍ଠିର ବେହେରା, ସାଂସଦଙ୍କ ପ୍ରତିନିଧି ଗୀତାଞ୍ଜଳି ସାହୁ,ଟୁଟୁ ମଲିକ,ମଣ୍ଡଳ ସଭାପତି ଶୁଭ୍ରଯୋତି ସାହୁ, ସରପଞ୍ଚ ତରୁଣ ଦାସ ଆଶୁତୋଷ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସ୍ମୃତି ଚାରଣ କରିବା ସହ ଅମରଆତ୍ମାର ସଦଗତି କାମନା କରିଥିଲେ l ଏହି ସଭାର ଶେଷ ଭାଗରେ ତିର୍ତୋଲର ବିଧାୟକ ପ୍ରଫେସର ରମାକାନ୍ତ ଭୋଇ, ଶିବପ୍ରସାଦଜେନା, ସ୍ନେହାଶିଷ ଜେନା ଓ ଅନ୍ୟମାନେ ପହଂଚି ସ୍ବର୍ଗତ ଜେନାଙ୍କ ତୈଳ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ l
