ପୁରୀ ବାଲିଘାଟ ଜାଗେଶ୍ୱରୀ ଛକ ସ୍ଥିତ ଶ୍ରୀ ଶ୍ରୀ ମହାମାୟା ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ୧୮ ତମ ମା ଗଜଲକ୍ଷ୍ମୀ ଦେବୀ ଙ୍କ ପୂଜା ଉତ୍ସବ
ପୁରୀ ବାଲିଘାଟ ଜାଗେଶ୍ୱରୀ ଛକ ସ୍ଥିତ ଶ୍ରୀ ଶ୍ରୀ ମହାମାୟା ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ୧୮ ତମ ମା ଗଜଲକ୍ଷ୍ମୀ ଦେବୀ ଙ୍କ ପୂଜା ଉତ୍ସବ ଚଳିତ ମାସ ୬ ତାରିଖ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି । ଏହି ଅବସରରେ ୧୦,୧୧,୧୨ ତାରିଖ ତିନି ଦିନ ଧରି ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଆଜିର ଉଦ୍ଘାଟନୀ ସାଂସ୍କୃତିକ କାର୍ଯ୍ୟକ୍ରମର ଆକର୍ଷଣ ସାଜିଛି ଗୀତ ବାହାର କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ ଏବଂ ତାଙ୍କ ଗ୍ରୁପ ର ସୁମଧୁର ସଙ୍ଗୀତ ସମ୍ବଲପୁରିଆ ବାବୁ ଓ ରଙ୍ଗବତୀ ଭଳି ଅନେକ ଗୀତ ରେ ଝୁମିଲେ ଦର୍ଶକ| ଏହାସହ ଦ୍ଵିତୀୟ ସନ୍ଧ୍ୟାରେ ଆକର୍ଷଣ ସାଜିବ ନାଭିୟା ଜେଟୀ ଓ ତାଙ୍କ ଗ୍ରୁପ ସଦସ୍ୟ ଙ୍କ ମନ୍ତ୍ରମୁଗ୍ଧ ସଙ୍ଗୀତ ଏବଂ ଶେଷ ସନ୍ଧ୍ୟା ଅର୍ଥାତ୍ ୧୨ ତାରିଖ ସନ୍ଧ୍ୟାରେ ମହାରାଜା ବ୍ୟାଣ୍ଡ ପକ୍ଷରୁ ଗ୍ରୁପ କୁ ନେଇ ମଞ୍ଚକୁ ଆସିବେ କଣ୍ଠଶିଳ୍ପୀ ସୁଜ୍ଞାନି ମହାପାତ୍ର । ଏହି ପୁରୀ ବାଲିଘାଟ ଜାଗେଶ୍ୱରି ଛକ ସ୍ଥିତ ଶ୍ରୀ ଶ୍ରୀ ମହାମାୟା ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ୧୮ ତମ ମା ଗଜଲକ୍ଷ୍ମୀ ଙ୍କ ପୂଜା ଉତ୍ସବ ଚଳିତ ମାସ ୬ ତାରିଖ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି । ଏହି ଅବସରରେ ୧୦,୧୧,୧୨ ତାରିଖ ତିନି ଦିନ ଧରି ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।ଆଜିର ଉଦ୍ଘାଟନୀ ସାଂସ୍କୃତିକ କାର୍ଯ୍ୟକ୍ରମର ଆକର୍ଷଣ ସାଜିଛି ଗୀତ ବାହାର କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ ଏବଂ ତାଙ୍କ ଗ୍ରୁପ ର ସୁମଧୁର ସଙ୍ଗୀତ,ଏହାସହ ଦ୍ଵିତୀୟ ସନ୍ଧ୍ୟାରେ ଆକର୍ଷଣ ସାଜିବ ନାଭିୟା ଜେଟୀ ଓ ତାଙ୍କ ଗ୍ରୁପ ସଦସ୍ୟ ଙ୍କ ମନ୍ତ୍ରମୁଗ୍ଧ ସଙ୍ଗୀତ ଏବଂ ଶେଷ ସନ୍ଧ୍ୟା ଅର୍ଥାତ୍ ୧୨ ତାରିଖ ସନ୍ଧ୍ୟାରେ ମହାରାଜା ବ୍ୟାଣ୍ଡ ପକ୍ଷରୁ ଗ୍ରୁପ କୁ ନେଇ ମଞ୍ଚକୁ ଆସିବେ କଣ୍ଠଶିଳ୍ପୀ ସୁଜ୍ଞାନି ମହାପାତ୍ର ।

ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ଅବସରରେ ମୁଖ୍ୟ ଅତିଥି ରୁପେ ପୁରୀ ବିଧାୟକ ସୁନୀଲ ମହାନ୍ତି,ପୂର୍ବତନ ପୌରାଧକ୍ଷ ଶାନ୍ତିଲତା ପ୍ରଧାନ,ପୂର୍ବତନ ନଗରପାଳ ସୁରେନ୍ଦ୍ର ଦାଶ ,ପୂର୍ବତନ ପୌର ସଦସ୍ୟ ଭକ୍ତ ଦାସ,ନାରଣ ପଟ୍ଟନାୟକ,ପ୍ରଦୀପ ନାୟକ,ସୁଦର୍ଶନ ଦାସ,କାଞ୍ଜିତା ମହାନ୍ତି, ପ୍ରିତମ ଜଗଦେବ,ରାଜ୍ୟ ସମ୍ପାଦକ ବିଜେଡି ଷ୍ଟାର୍ଲିନ ପରିଜା,ରାଜ୍ୟ ସଦସ୍ୟ ବିଜେଡି ପୁଷ୍ପାଞ୍ଜଳି ରଣା,ବିଜେଡି ସହରାଞ୍ଚଳ ସଭାପତି ସବ୍ୟସାଚୀ ମହାପାତ୍ର,ବ୍ଲକ ଚେୟାରମ୍ୟାନ ଦିବାକର ପାତ୍ର,ଅର୍ବାନ ବ୍ୟାଙ୍କ ଚେୟାରମ୍ୟାନ ଗୁଣନିଧି ଦାସ ମହାପାତ୍ର ପ୍ରମୁଖ ପ୍ରଥମ ଦିନ ରେ ଯୋଗ ଦେଇ କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିଛନ୍ତି । ତେବେ ଆସନ୍ତାକାଲି କାର୍ଯ୍ୟକ୍ରମରେ ସତ୍ୟବାଦୀ ବିଧାୟକ ଓଁ ପ୍ରକାଶ ମିଶ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ପୂର୍ବତନ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଜିଲ୍ଲା ବିଜେପି ସଭାପତି ଦେବେନ୍ଦ୍ରନାଥ ତରେଇ,ବରିଷ୍ଠ ଆଇନଜୀବୀ ଦିଗୁ ପଟ୍ଟନାୟକ,ଅର୍ବାନ ବ୍ୟାଙ୍କ ପୂର୍ବତନ ଚେୟାର ମ୍ୟାନ ଉମାକାନ୍ତ ନାୟକ, ପୂର୍ବତନ ପୌର ସଦସ୍ୟ ବାବୁଲା ପ୍ରସାଦ ପ୍ରମୁଖ ଯୋଗ ଦେବେ| ତେବେ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ବିଭୂତି ଭୂଷଣ ସେଠୀ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଭାଗିରଥି ପ୍ରଧାନ, ଉପ ସଭାପତି ସୁନିଲ ମହାରଣା,ସମ୍ପାଦକ ସୁଜିତ୍ ସାହୁ,ଅଶୋକ କୁମାର ସୁବୁଦ୍ଧି, ସଞ୍ଜିତ୍ କୁମାର ସାହୁ,ହିମାଂଶୁ ମୁଦୁଲି,ଭିକାରୀ ସାହୁ,ରଞ୍ଜନ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ ।ଶେଷରେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି ।
