ଆଭାସି ମାଧ୍ୟମରେ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ
ରାୟଗଡ଼ା-୧୧/୧୦-କୃଷି ଓ କୃଷକ ମାନଙ୍କର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ କେନ୍ଦ୍ର ସରକାର ବିଭିନ୍ନ ଯୋଜନାର ପ୍ରଣୟନ କରୁଛନ୍ତି ।ଏହି ପରିପ୍ରେକ୍ଷୀରେ ମହାନ ଜନନାୟକ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ପୂଣ୍ୟ ଜୟନ୍ତୀ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏନ .ଏ.ଏସ.ସି ନୀୟୁ ଦିଲ୍ଲୀରୁ ଆଭାସି ମାଧ୍ୟମରେ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ କରିଛନ୍ତି ।ଏହି ଅବସରରେ ଆଭାସି ମାଧ୍ୟମରେ ରାଜ୍ୟ ସ୍ତରୀୟ ସମାରୋହର ରୂପରେଖ କୃଷି ବୈଷୟିକ ବିଶ୍ଵ ବିଦ୍ୟାଳୟ ଭୁବନେଶ୍ୱରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଓ ଅନ୍ୟାନ୍ୟ ବରିଷ୍ଠ ନେତୃ ବୃନ୍ଦଙ୍କ ତତ୍ତ୍ଵାବଧାନରେ ଆଭାସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି।ବିଶେଷ ଭାବରେ ଜିଲ୍ଲାସ୍ତରୀୟ ସମାବେଶରେ ରାୟଗଡ ଜିଲ୍ଲାରେ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣୀ(ଭା. ପ୍ର.ସେ)ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ ।

ସମ୍ମାନୀତ ଅତିଥି ଭାବେ କୋରାପୁଟର ମାନ୍ୟବର ସାଂସଦ ଙ୍କ ପ୍ରତିନିଧି ସୁଧୀର ଚନ୍ଦ୍ର ପଣ୍ଡା, ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ଏସ.କେ ଏହେସାନ,ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀଯୁକ୍ତ ଜ୍ଞାନ ରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ରହି ଚାଷୀ ଭାଇ ଓ ଭଉଣୀମାନଙ୍କୁ ଏହି ଯୋଜନାର ସଫଳ ରୂପାୟନ ସଂପର୍କରେ ଅବଗତ କରାଇ ଥିଲେ ।ବିଶେଷ ଭାବରେ ଭାରତରେ ୧୦୦ ଟି ଜିଲ୍ଲାରେ କୃଷକମାନଙ୍କର ଡାଲି ଜାତୀୟ ଫସଲର ଆତ୍ମ ନିର୍ଭରଶୀଳ କରାଇବା ପାଇଁ ଏହି ଯୋଜନାର ଶୁଭାରମ୍ଭ ଓ ଏହାର ଲକ୍ଷ୍ୟ ବିଷୟରେ ମାନ୍ୟବର ପ୍ରଧାନମନ୍ତ୍ରୀ ନିଜର ଅଭିଭାଷଣ ମାଧ୍ୟମରେ ପ୍ରକାଶ କରିଥିଲେ। ଓଡ଼ିଶାରେ ନୂଆପଡ଼ା,ମାଲକାନଗିରି, କନ୍ଧମାଳ ଓ ସୁନ୍ଦରଗଡ଼ ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ ହେବା ବିଷୟରେ କୃଷକମାନଙ୍କୁ ଅବଗତ କରାଯାଇଥିଲା।ରାୟଗଡ ଜିଲ୍ଲାରେ ୧୧ଟି ବ୍ଲକରେ ୧୫୦ରୁ ଉର୍ଦ୍ଧ ଚାଷୀ ଉପସ୍ଥିତ ରହି ଏହି ଯୋଜନା ବିଷୟରେ ଅବଗତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କୃଷି ଜିଲ୍ଲା ଅଧିକାରୀ, ଗୋଷ୍ଠୀ କୃଷି ଅଧିକାରୀ, ସହକାରୀ କୃଷୀ ଅଧିକାରୀ ,ସମସ୍ତ କ୍ଷେତ୍ର କର୍ମଚାରୀ, ଆତ୍ମାର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।
