ନାରାୟଣୀ ନମସ୍ତୁତେ
ଶୀର୍ଷକ _ନାରାୟଣୀ ନମସ୍ତୁତେ
ରୀତାରାଣୀ ଦାଶ
ବାଲେଶ୍ୱର
ଜୟ ଜୟ ଦୁର୍ଗେ ଦୁର୍ଗତିନାଶିନୀ
ଜୟ ଜୟ ମା ନମସ୍ତେ
ଦୁଷ୍ଟ ସଂହାରିଣୀ ମୋକ୍ଷ ପ୍ରଦାୟିନୀ
ନାରାୟଣୀ ନମସ୍ତୁତେ
ମା ମହିଷାସୁର ମର୍ଦ୍ଦିନୀ,
ତ୍ରିପୁର ଜୟିନୀ ଜୟ ମାଆ ଭବାନୀ
ଶଙ୍କରଙ୍କ ଅର୍ଦ୍ଧାଙ୍ଗିନୀ |
ଦୈତ୍ୟାସୁର ସେହି ମହିଷା ଅସୁର
ପରାକ୍ରମୀର ଜ୍ୱାଳାରେ
ଅତିଷ୍ଠ ହୋଇଲେ ଦେବ ଯକ୍ଷ ନର
ତୁମକୁ ଗୁହାରୀ କଲେ
ପାପିଷ୍ଠର ଲୋଲୁପ ଦୃଷ୍ଟି,
ଅନଳୁ ସମ୍ଭୁତା ହେଲ ଆବିର୍ଭୁତା
ତ୍ରିଶୂଳରେ ବକ୍ଷ ଭେଦି |
ସର୍ବ ଦେବ ମିଳି ଅର୍ପିଲେ ଯେ ଶକ୍ତି
କଲେ ପୂଜା ଆରାଧନା
ଦଶଭୁଜା ରୂପେ ସ୍ତୁତି କଲେ ସର୍ବେ
ଭକତିରେ ସ୍ତୁତି ମନା
ମା ନାରାୟଣୀ ନମସ୍ତୁତେ,
ହସ୍ତ ସୁଶୋଭିତ ପ୍ରାପ୍ତ ଦିବ୍ୟ ଅସ୍ତ୍ର
ବିଜେ ସ୍ୱୟଂ ସିଦ୍ଧି ହସ୍ତେ |
ଏ ଧରା ଧାମରେ ଆବିର୍ଭାବ ମାତେ
ଜୟ ଭକ୍ତି ପ୍ରଦାୟିନୀ
ଶକ୍ତି ସ୍ୱରୂପିଣୀ କୃପା ବରଷିନୀ
ଜୟ ଦୁର୍ଗେ ମା ଶିବାନୀ
ନାରାୟଣୀ ଗୋ ନମସ୍ତୁତେ,
ମହିମା ଅପାର କୃପାରେ ସଂସାର
ଶତ୍ରୁର ନାଶନ ପଥେ |
