ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ, ସୁରଭି 2025

ତିର୍ତ୍ତୋଲ:ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ଜଗନ୍ନାଥପୁର ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ଜଗନ୍ନାଥପୁର ପରିସରରେ ଶିଶୁ ମହୋତ୍ସବ 2025ଅନୁଷ୍ଠିତ ହୋଇଯାଇଛି, ଏଥିରେ ୯ ଗୋଟି ବିଦ୍ୟାଳୟ ର ଶହେ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ, ବିତର୍କ, ବକ୍ତୃତା, ଚିତ୍ରାଙ୍କନ, ସୃଜନଶୀଳ ଲିଖନ, ପ୍ରବନ୍ଧ ଲିଖନ, ସୁନ୍ଦର ହସ୍ତାକ୍ଷର, ଚିତ୍ର କଳା, ଶିଳ୍ପ କଳା,ସଂଗୀତ, ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ, ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜଗନ୍ନାଥପୁର ପଂଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ସୁଶାନ୍ତ କୁମାର ନାୟକ, ଜଗନ୍ନାଥପୁର ଉଚ୍ଚ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଚିତ୍ତ ରଞ୍ଜନ ଜେନା, ଜଗନ୍ନାଥପୁର ଆଞ୍ଚଳିକ ସାଧନ କେନ୍ଦ୍ର ର ସଂଯୋଜକ ସୁଶାନ୍ତ ବେହେରା ସୁରଭି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ, ଶିକ୍ଷକ ଶ୍ୱେତାମ୍ବର ମଲ୍ଲିକ, ସୁଶାନ୍ତ କୁମାର ବେହେରା,ଏସ୍. କେ. ତାଜଉଦ୍ଦିନ, ପ୍ରିୟଦର୍ଶି ସତ୍ୟ ରଞ୍ଜନ, ଅନିଲ କୁମାର ପଣ୍ଡା,ଶିକ୍ଷୟତ୍ରୀ ପ୍ରିୟଙ୍କା ଆଚାର୍ଯ୍ୟ, ଶୁଭ ଲଷ୍ମୀ ବୋଡିକିଆ, ପୁଜାରିଣୀ ଦଳାଇ, ସୁଭଦ୍ରା ବେହେରା, ସ୍ମିତା ମହାରଣା, ନୌବାହାର ବାନୁ, ଜ୍ୟୋସ୍ନା ବାଳା ଖଣ୍ଡୁଆଳ, ରୀନାଞ୍ଜଳି ସ୍ୱାଇଁ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ଓ ଅଫିସ ସହାୟକ ରାକେଶ ସାମଲ, ଭଗବାନ ମହାନ୍ତି ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l

ଏଥିରେ ଭାଗ ନେଇଥିବା କୃତୀ ପ୍ରତିଯୋଗୀ ମାନଙ୍କୁ ମାନପତ୍ର, ସହିତ ଟ୍ରଫି ପ୍ରଦାନ କରାଯାଇଥିଲା,
ପରିଶେଷରେ ଶିକ୍ଷକ ଅଭୟ କୁମାର ଜେନା ଧନ୍ୟବାଦ ପ୍ରଦାନ କରି ଥିଲେ !

Leave a Reply

Your email address will not be published. Required fields are marked *